www.samajalive.in
Saturday, December 6, 2025
26.1 C
Bhubaneswar

ଫେବ୍ରୁଆରୀ : ଏହି ୫ରାଶିଙ୍କର ହେବ ଧନଲାଭ, ଚମକିବ ଭାଗ୍ୟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ସ୍ଥିତିି ପରିବର୍ତ୍ତନର ଅନେକ ମହତ୍ତ୍ୱ ରହିଛି। ଏଥିରେ ଅନେକ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ରାଶି ଚକ୍ରରେ ଥିବା ୧୨ଟି ରାଶି ଉପରେ ମଧ୍ୟ ପଡିଥାଏ। ବର୍ତ୍ତମାନ ସମୟରେ ତିନି ଗ୍ରହ ସୂର୍ଯ୍ୟ, ବୁଧ, ମଙ୍ଗଳ ମକର ରାଶିରେ ରହିଛନ୍ତି। ଏହାସହ ଫେବ୍ରୁଆରୀ ୭ରେ ମଧ୍ୟାହ୍ନ ପରେ ଚନ୍ଦ୍ରମା ମଧ୍ୟ ମକର ରାଶିରେ ପ୍ରବେଶ କରିବେ। ୩ ଦିନ ୯ ଫେବ୍ରୁଆରୀ ପର୍ଯ୍ୟନ୍ତ ୪ ଟି ଗ୍ରହ ସୂର୍ଯ୍ୟ, ବୁଧ, ମଙ୍ଗଳ ଓ ଚନ୍ଦ୍ରମା ମକର ରାଶିରେ ରହିବେ। ଏହା ଯୋଗୁଁ ୫ଟି ରାଶିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆସିବ। ଏମାନଙ୍କୁ ଖୁବ୍‌‌ ଧନଲାଭ ହେବା ସହ ସଫଳତା ମିଳିବ। ଜାଣନ୍ତୁ..

ମିଥୁନ ରାଶି -ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ଧନଲାଭ ହେବ। ଅଧିକ ଆମଦାନୀ ସହ ଟଙ୍କା ସଞ୍ଚୟ ମଧ୍ୟ କରିବେ। ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଟଙ୍କା ନିବେଶ ଆପଣଙ୍କ ପାଇଁ ଲାଭଦାୟକ। ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ। ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ।

- Advertisement -

ସିଂହ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମକର ରାଶିରେ ମଙ୍ଗଳ, ବୁଧ, ସୂର୍ଯ୍ୟ ଓ ଚନ୍ଦ୍ରମା ଏକତ୍ରିତ ହେବା ଶୁଭଫଳ ପ୍ରଦାନ କରିବ। ଏହି ସମୟରେ ଆପଣଙ୍କ ଆମଦାନୀ ଭଲ ହେବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବ। ଟଙ୍କା ଦେବାନେବା ମଧ୍ୟ ଲାଭଦାୟକ ହେବ। ସିଂହ ରାଶିର ବ୍ୟକ୍ତି ବିଶେଷ ଯଦି ନୂଆ ଘର କିଣିବା ପାଇଁ ଚିନ୍ତା କରୁଛନ୍ତି, ଫେବ୍ରୁଆରୀରେ ଏହା ପୁରା ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ। ପାଠପଢାରେ ସଫଳତା ମିଳିବା ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ।

କନ୍ୟା ରାଶି – ଏହି ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବସାୟରେ ଉନ୍ନତି ହେବ। ଲାଭ ମିଳିବ। ଧନଲାଭର ଯୋଗ ରହିବା ସହ ଖର୍ଚ୍ଚାନ୍ତ ହୋଇପାରନ୍ତି। ନୂଆ ଯାନ କିଣିବାର ଯୋଗ ରହିଛି। ଜୀବନ ସୁଖମୟ ହେବ।

ତୁଳା ରାଶି –  ଆପଣଙ୍କ ଶିକ୍ଷା, ଆର୍ଥିକ, ବ୍ୟବସାୟ ଓ ପାରିବାରିକ ଜୀବନ ସୁଖମୟ ହେବା ସହ ଶୁଭ ଖବର ମିଳିବ। ଆୟର ସ୍ରୋତ ବୃଦ୍ଧି ହେବ। ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବେ। ନିବେଶ ପାଇଁ ମଧ୍ୟ ଉତ୍ତମ ସମୟ। ନୂଆ ଯାନ କିଣିବାର ସମ୍ଭାବନା ରହିଛି।

ଧନୁ ରାଶି – ଏହି ରାଶିର ବ୍ୟକ୍ତିବିଶେଷ ୭ ଫେବ୍ରୁଆରୀ ରୁ ୯ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟ ବେଶ ଶୁଭଙ୍କର। ନିବେଶ ପାଇଁ ମଧ୍ୟ ଉତ୍ତମ ସମୟ। ଧନଲାଭ ହେବ। ମାତ୍ର ଖର୍ଚ୍ଚରେ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟରେ ଲାଭ ମିଳିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories