www.samajalive.in
Saturday, December 6, 2025
26.1 C
Bhubaneswar

ଶେଷ ହେଉନି ସାଜା ଗ୍ରାମ ରାସ୍ତା କାମ ; ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ଦାବି

କଲ୍ୟାଣସିଂହପୁର : ଶେଷ ହେଉନି ସାଜା ଗ୍ରାମ ରାସ୍ତା କାମ ,ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଉଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିକରପାଇ ପଞ୍ଚାୟତ ତଳସଜା ଓ ଉପରସଜା ଗ୍ରାମର ଅଭାବନୀୟ ଘଟଣାରେ ନିର୍ମାଣଧିନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ଭୁସୁଡି ପଡି ୪ଜଣ ନାବାଳକ ଓ ଜଣେ ୩୫ ବର୍ଷ ବୟସ ଯୁବକଙ୍କ ସହ ୫ଜଣଙ୍କର ଜୀବନ ଚାଲିଯାଇଥିଲା।
ଘଟଣା ସ୍ଥଳରେ ମନ୍ତ୍ରୀ ଜଗନ୍ନାଥ ସାରକା , ବିଧାୟକ ମକରନ୍ଦ ମୁଦୁଲି , ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ,ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ବିବେକାନନ୍ଦ ଶର୍ମା ,ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅତି ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରାଯିବ ଓ ଅଧା ପାନ୍ତରିଆ ମିନି ପୋଲ ବା ବ୍ରିଜ କାମ ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଆଜ କୁ ୫ ରୁ ୬ ମାସ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୧ ମସିହା ଫେବ୍ରୁଆରୀ ୧୯ତାରିଖ ଆରମ୍ଭ ରହିଥିବା ବେଳେ କାର୍ଯ୍ୟ ଶେଷ ୨୦୨୧ମସିହା ନଭେମ୍ବର ମାସ ୧୮ତାରିଖରେ ରହିଛି। କିନ୍ତୁ ତିନି ବର୍ଷ ବିତିଗଲା ପରେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଶେଷ ହୋଇପାରୁ ନାହିଁ ।ଗର୍ଭବତୀ, ଜ୍ଵର ରୋଗୀ ହେଲେ ମଧ୍ୟ ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସ ଆସିପାରୁ ନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯାଗ କରିଛନ୍ତି। ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories