www.samajalive.in
Saturday, December 6, 2025
16.1 C
Bhubaneswar

ବିବାହର ୧୨ବର୍ଷ ପରେ ଅଲଗା ହେଲେ ଈଶା ଦେଓଲ-ଭରତ ତଖତାନୀ

ମୁମ୍ବାଇ: ହେମାମାଳିନୀ ଓ ଧମେନ୍ଦ୍ରଙ୍କ ଝିଅ ତଥା ବଲିଉଡ ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀଙ୍କ ଠାରୁ ଅଲଗା ହୋଇଛନ୍ତି । ଈଶା ଦେଓଲ ଓ ଭରତ ତଖତାନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦୀର୍ଘ ଦିନ ଧରି ଦମ୍ପତିଙ୍କୁ କୌଣସି କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁନଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଚର୍ଚ୍ଚା ହେଉଥିଲା । ଏବେ କିନ୍ତୁ ଦୁହେଁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଛାଡପତ୍ର ନେଇଥିବା ଘୋଷଣା କରିଛନ୍ତି । ଦୁହଁଙ୍କ ସହମତିରେ ଛାଡପତ୍ର ହୋଇଥିବା ଈଶା କହିଛନ୍ତି । ତେବେ ବିବାହ ବିଚ୍ଛେଦ ହୋଇଥିଲେ ବି ଦୁହେଁ ନିଜର ଦୁଇ ଝିଅଙ୍କୁ ପ୍ରାଥମିକତା ଦେବେ ବୋଲି ଈଶା କହିଛନ୍ତି । ଜାନୁଆରୀ ମାସ ଆରମ୍ଭରୁ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ବଲିଉଡରେ ବେଶ ଚର୍ଚ୍ଚା ହୋଇଥିଲା ।
୨୦୧୨ରେ ବ୍ୟବସାୟୀ ଭରତ ତଖତାନୀଙ୍କୁ ବିବାହ କରିଥିଲେ ହେମାଙ୍କ ଲାଡଲି ଈଶା । ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି । ଦମ୍ପତି ବିବାହ ପରେ ଅନେକ ଦିନ ଧରି ଖୁସିରେ ରହିଥିଲେ । ହେଲେ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା । ଉଭୟ କୌଣସି ବି କାର୍ଯ୍ୟକ୍ରମକୁ ଏକାଠି ଆସୁନଥିଲେ । ଏପରିକି ଭରତ ତଖତାନୀ ହେମାମାଳିନୀଙ୍କ ଜନ୍ମଦିନ ପାଳନ କରିବାକୁ ନଆସିବାରୁ ଏହି ଈଶା ଓ ତାଙ୍କ ରିଲେସନ ଭଲ ନଥିବା ଖବର ସାମ୍ନାକୁ ଆସିଥିଲା ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories