www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ୱିତୀୟ ଟେଷ୍ଟରେ ମଜବୁତ୍ ସ୍ଥିତିରେ ଭାରତ; ୩୯୯ ରନ ଲକ୍ଷ୍ୟରେ ଇଂଲଣ୍ଡ, ଆହତ ପାଇଁ ଖେଳିବେନି ଜୋ ରୁଟ୍‍

ବିଶାଖାପାଟନମ୍ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୩୯୯ ରନ୍ ଟାର୍ଗେଟ ଦେଇଛି । ତୃତୀୟ ଦିନରେ ଇଂଲଣ୍ଡ ୧ ୱିକେଟ୍ ବିନିମୟରେ ୬୭ ରନ୍ ସଂଗ୍ରହ କରିଛି। ଭେଟେରାନ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କ ଡାହାଣ ହାତର ଛୋଟ ଆଙ୍ଗୁଠିରେ ଆଘାତ ଲାଗିଥିବା କାରଣରୁ ଇଂଲଣ୍ଡ ଟିମର ଚିନ୍ତା ବଢିଥିଲା । ହେଲେ ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ତାଙ୍କ ସ୍ଥାନରେ ଆସିଛନ୍ତି। ଜୋ ରୁଟ୍‍ ଆହତ କାରଣରୁ ରବିବାର ଦିନ ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ୍ ଟେଷ୍ଟର ତୃତୀୟ ଦିନରେ ସେ ପଡ଼ିଆକୁ ଓହ୍ଲାଇନଥିଲେ ।
ଦୁଇ ଦିନ ଖେଳ ବାକି ଥିବାରୁ ସୋମବାର ମ୍ୟାଚର ଫଳାଫଳ ଆସିଯିବ ବୋଲି ଅନୁମାନ କରାଯାଉଛି । ମୁକେଶ କୁମାର ଗୋଟିଏ ୱିକେଟ୍ ନେଇଛନ୍ତି । ଯଶପ୍ରିତ ବୁମ୍ରା ଭଲ ଫର୍ମରେ ଥିବାରୁ ଭାରତ ଆଉ ୯ ୱିକେଟ୍ ନେଇ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ବୋଲି ଆଶା କରାଯାଉଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories