www.samajalive.in
Sunday, December 7, 2025
15.1 C
Bhubaneswar

ସୋମବାର ଚମ୍ପାଇ ସୋରେନଙ୍କ ଆସ୍ଥା ଭୋଟ୍‌

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଜମି ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ଚମ୍ପାଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଥିଲେ। ନୂଆ ମୁଖ୍ୟମନ୍ତ୍ରୀ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଇତି ମଧ୍ୟରେ ହାଇଦ୍ରାବାଦରେ ଅବସ୍ଥାନ କରୁଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକମାନେ ରାଞ୍ଚିରେ ପହଞ୍ଚିଛନ୍ତି। ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରୁ ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ଶାସକ ​ମେଣ୍ଟର ୩୯ଜଣ ବିଧାୟକ ରବିବାର ରାଞ୍ଚି ଫେରିଛନ୍ତି। ସୋମବାର ଜେଏମ୍ଏମ୍ ବିଧାୟକଙ୍କ ସହିତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି ରାଞ୍ଚିରେ ଯୋଗଦେବେ। ଗିରଫ ହେମନ୍ତଙ୍କୁ ଆସ୍ଥା ଭୋଟରେ ଭାଗ ନେବାର ଅନୁମତି ମିଳିଛି। ହେମନ୍ତ ସୋରେନଙ୍କ ଗିରଫ ପରେ ଶୁକ୍ରବାର ଜେଏମ୍ଏମ୍ ବିଧାୟକମାନଙ୍କୁ ହାଇଦରାବାଦ ସ୍ଥାନାନ୍ତର କରାଯାଇଥିଲା। ଆସ୍ଥା ଭୋଟରେ ଚମ୍ପାଇଙ୍କୁ ସମର୍ଥନ ଦେବା ଲାଗି ଶାସକ ଜେଏମଏମ୍ ବିଧାୟକ ଲୋବିନ ହେମ୍ବ୍ରମ୍ ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ହେମ୍ବ୍ରମ୍ ଧାର୍ଯ୍ୟ କରିଥିବା ସର୍ତ୍ତ ମଧ୍ୟରେ ରହିଛି ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ। ହେମ୍ବ୍ରମ୍ କହିଛନ୍ତି ଯେ ମଦ ପାନ ଯୋଗୁଁ ରାଜ୍ୟରେ ବିଭିନ୍ନ ପ୍ରକାର ସାମାଜିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ଦରକାର। ଏହା ସହିତ ଜଙ୍ଗଲ ଓ ଜଳ ସଂରକ୍ଷଣ, ଛୋଟା ନାଗପୁର ଟେନାନ୍ସି (ସିଏନଟି) ଆଇନ ଓ ସାନ୍ତାଳ ପ୍ରଗଣା ଟେନାନ୍ସି (ଏସପିଟି) ଆଇନ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଶାସକ ମେଣ୍ଟର ୪୭ ବିଧାୟକ ଅଛନ୍ତି। ଶାସକ ମେଣ୍ଟର ୪୭ ବିଧାୟକଙ୍କ ମଧ୍ୟରୁ ଜେଏମଏମ୍‌ର ୨୮, କଂଗ୍ରେସର ୧୭, ଆରଜେଡି ଓ ସିପିଆଇର ଜଣେ ଲେଖାଏଁ ସଦସ୍ୟ ଅଛନ୍ତି। ବିରୋଧୀ ଏନଡିଏ ମେଣ୍ଟରେ ୩୨ ବିଧାୟକ ଅଛନ୍ତି। ଏପରିସ୍ଥଳେ ଆସ୍ଥା ଭୋଟ ପୂର୍ବରୁ ଘୋଡା ବେପାର ହେବାର ଆଶଙ୍କା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories