www.samajalive.in
Thursday, December 11, 2025
15.1 C
Bhubaneswar

ଦିଲ୍ଲୀରେ ପୁଷପୁନି ଭେଟଘାଟ- ନୃତ୍ୟାଞ୍ଜଳିର କଳାକାର ପରିବେଷଣ କଲେ ଡାଲଖାଇ ଓ ରସରକେଲି

ସମ୍ବଲପୁର: ଜୁହାର ପରିବାର ଦିଲ୍ଲୀ ପକ୍ଷରୁ ରାଜଧାନୀର ଆଇଏନଏ ଗୃହ କଲ୍ୟାଣ କେନ୍ଦ୍ର ଠାରେ ପୁଷପୁନି ଭେଟଘାଟ ୨୦୨୪ ଆୟୋଜିତ ହୋଇଥିଲା। ମା ସମଲେଶ୍ୱରୀ, ମା ପାଟଣେଶ୍ୱରୀ, ମା ସୁରେଶ୍ୱରୀ ଓ ମା ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ନୀତି ଆୟୋଗର ପୂର୍ବତନ ପରମର୍ଶଦାତା ଶ୍ରୀକର ନାୟକ, ବରିଷ୍ଠ ସାମ୍ବାଦିକ ଡ଼. ଭବାନୀ ଦୀକ୍ଷିତ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ପ୍ରଫେସର  ସଂଜୀବ ଭୋଇ ଓ ଡ଼. ମିହିର ପାଣ୍ଡିଆ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜନ୍ମଜେୟ ଖୁଣ୍ଟିଆ, ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, ଭାରତୀୟ ବାୟୁସେନାର ପୂର୍ବତନ ଅଧିକାରୀ ଅଶୋକ ଦାଶ, ବରିଷ୍ଠ ଅଧିବକ୍ତା ଶରତ ନନ୍ଦ ଓ ଭାରତୀୟ ବିମାନପତ୍ତନ ପ୍ରାଧିକରଣ ର ମହାପ୍ରବନ୍ଧକ ଶିବ ଶଙ୍କର ପାଣିଗ୍ରାହୀ ଓ କାର୍ୟ୍ୟକ୍ରମରେ ବକ୍ତା ଭାବେ ଯୋଗ ଦେଇଥିଲେ ଗୋପାଳ କୃଷ୍ଣ ମିଶ୍ର।

ନୃତ୍ୟଗୁରୁ ସମୀର ମେହେରଙ୍କ ନିର୍ଦେଶନାରେ ନୃତ୍ୟାଞ୍ଜଳି ଅନୁଷ୍ଠାନର କଳାକାରମାନେ ଡାଲଖାଇ, ରସରକେଲି, ମାଏଲାଜଡ଼, ନଚନିଆ ଓ କର୍ମା ନୃତ୍ୟ ପରିବେଷଣ କରିଥିଲେ। ଆୟୁଷ୍ମାନ ରାଉତ ରଙ୍ଗବତୀ ଗୀତ ଗାଇଥିଲେ।  ପ୍ରିୟଲ ପ୍ରଧାନ ଓ ଅନ୍ଵେଷା ପଣ୍ଡା ସମ୍ବଲପୁରୀ ନୃତ୍ୟର ପ୍ରସ୍ତୁତି କରିଥିଲେ। ଅନାମିକା ପାଣିଗ୍ରାହୀ ହାସ୍ୟରସାତ୍ମକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। କାର୍ୟ୍ୟକ୍ରମରେ ପଶ୍ଚିମ ଓଡିଶାର ଲୋକପ୍ରିୟ ବ୍ୟଞ୍ଜନ ଚାଉଳବରା ତେତେଲ ଚଟନୀ ସହିତ ଅନେକ ନିରାମିଷ ଓ ଆମିଷ ବ୍ୟଞ୍ଜନର ଲୋକେ ଆନନ୍ଦ ନେଇଥିଲେ।

- Advertisement -

ପୁଷପୁନି ଭେଟଘାଟରେ ୫୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇଥିଲେ। ଜୁହାର ପରିବାର ଦିଲ୍ଲୀ ସଭାପତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ କୋଷାଧ୍ୟକ୍ଷ ଅନୁପମ ମିଶ୍ର ସଂଯୋଜନା କରିଥିଲେ। ଆୟୋଜନରେ ମାନସ ରଞ୍ଜନ ମିଶ୍ର, ବିଜୟାନନ୍ଦ ନାଏକ, ଅରକ୍ଷିତ ଶାସ୍ତ୍ରୀ, କୁନ୍ତଳା ଭୋଇ, ମାନସ ସାହୁ, ଦେବାଶିଷ ମାଝି, ଦେବଦତ୍ତ ଦାଶ, ମାନସ ମହାନ୍ତି, ତାପସ ଷଡ଼ଙ୍ଗୀ, ପିନାକୀ ରଥ, ଆକାଶ ପାଣିଗ୍ରାହୀ, ବିଜୟ ତ୍ରିପାଠୀ, ସତ୍ୟନାରାୟଣ ପ୍ରଧାନ, ମାନସ ପାଢ଼ୀ, ସର୍ବେଶ୍ୱର ପଧାନ, ଜଗଦୀଶ ପଟେଲ, ନିର୍ମଳ ଦେହେରି, ବିବେକ ପାତ୍ର, ଆଶିଷ ପାତ୍ର, ଓମ ପ୍ରକାଶ ରାଉତ ପ୍ରମୁଖ ଭୂମିକା ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories