www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱ ଓଡ଼ିଆ ଭାଷା ସମିଳନୀ ଅବସରରେ ବ୍ଲକ ସଭା

ଗଞ୍ଜାମ : ଗଞ୍ଜାମ ବ୍ଲକ ପରିସରରେ ଶନିବାର ଦିନ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ପରିପ୍ରେକ୍ଷୀରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ରୂପେ ବିଇଓ ଭାଗିରଥି ବେହେରା, ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ପୌର।ଞ୍ଚଳ ବରିଷ୍ଠ ନାଗରିକ ପରିଷଦ ର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ନାଟ୍ୟ ନିର୍ଦେଶକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ଶବର ତରାଇ ପ୍ରମୁଖ ମଂଚାସୀନ ରହିଥିଲେ। ଅତିଥି ମାନେ, କିଭଳି ଆମ ଭାଷାର ଉନ୍ନତି ହୋଇପାରିବ ଏବଂ ଆମେ ସମସ୍ତେ ସଚେତନ ହେବାର ସମୟ ଆସିଛି ବୋଲି କହିଥିଲେ। ଶିକ୍ଷକ ନିରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓଡ଼ିଆ ଭାଷା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାକ୍ଷର ଛ।ତ୍ରଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ପାଲା ନାଟ ଗାୟକ ସତ୍ୟ ନାରାୟଣ ଗୌଡ଼ଙ୍କ ଦ୍ଵାରା ପରିବେଷଣ ଉଚ୍ଚ କୋଟିର ହୋଇଥିଲା । ପିଲାଙ୍କ ଦ୍ଵାରା ଓଡିଶୀ ନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା। ନୃତ୍ୟ ନିର୍ଦ୍ଦେଶିକା ଗୀତାଞ୍ଜଳି ସ୍ୱାଇଁ, ଶିକ୍ଷୟିତ୍ରୀ ତଥା କବି ବିଦ୍ୟୁଲତ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସି ଆର ସି ସି ମହେଶ ବେହେରା, ବ୍ରଜ ବେହେରା, ତଥା ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories