www.samajalive.in
Saturday, December 6, 2025
19.1 C
Bhubaneswar

ଧାରଣା ଦେବେ ମମତା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା : ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦେଶର ସବୁ ରାଜ୍ୟର ରାଜନୀତିରେ ଛୋଟ ବଡ ଅଦଳ ବଦଳ ଦେଖିବାକୁ ମିଳୁଛି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗିରଫ ହୋଇସାରିଛନ୍ତି । ବିହାରରେ ମହାମେଣ୍ଟର ସରକାର ଗଲାପରେ ସେଠାରେ ଏବେ ଏନଡିଏ ସରକାର ଅଛି । ଦିଲ୍ଲୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡି ମାମଲାରେ ଚିନ୍ତାରେ ଅଛନ୍ତି । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ଧାରଣା ପ୍ରଦର୍ଶନ କରିବେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଦ୍ବାରା ରାଜ୍ୟର ବକେୟା ରୋକିବାକୁ ବିରୋଧ କରି ଶୁକ୍ରବାର ଧାରଣା ଦେବେ । କେନ୍ଦ୍ର ଦ୍ବାରା ବିଶେଷ ରୂପେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ(ମନରେଗା) ଅନୁସାରେ ବକେୟାର ରାଶି ରୋକାଯିବା ମୁଦ୍ଦାକୁ ନେଇ ରାଜ୍ୟର ଏକ ବଡ ରାଜନୈତିକ ବିବାଦ ଦେଖାଦେଇଛି । ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି କି ଧାରଣା ଅପରାହ୍ନ ୧ଟାରୁ ରେଡ୍ ରୋଡ୍ ଅଞ୍ଚଳରେ ଥିବା ମଇଦାନରେ ହେବ । ପାର୍ଟି ପ୍ରମୁଖ ମମତା ବାନାର୍ଜୀ ବିରୋଧ ପ୍ରଦର୍ଶନର ନେତୃତ୍ବ ନେବେ । ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହିବେ ।

- Advertisement -

ଏହା ପୂର୍ବରୁ ତୃଣମୂଳର ଜାତୀୟ ମହାସଚିବ ଅଭିଷେକ ବାନାର୍ଜୀ ପାର୍ଟି ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ମନରେଗା କର୍ମୀଙ୍କ ଏକ ଦଳ ନୂଆ ଦିଲ୍ଲୀ ଜନ୍ତର ମନ୍ତରରେ ପ୍ରଦର୍ଶନ କରିଥିଲେ ଏବଂ ଏଠାରେ ରାଜଭବନ ବାହାର ୫ ଦିନ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ବାନାର୍ଜୀଙ୍କ ନେତୃତ୍ବରେ ଗତ ବର୍ଷ ମାର୍ଚ୍ଚରେ ମଧ୍ୟ ଏହି ଭଳି ଦୁଇ ଦିବସୀୟ ଧାରଣା ଦିଆଯାଇଥିଲା ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories