www.samajalive.in
Monday, December 8, 2025
24.1 C
Bhubaneswar

ସଂସଦରେ ଅର୍ଥମନ୍ତ୍ରୀଙ୍କ ଅନ୍ତରୀଣ ବଜେଟ୍‌‌ ଉପସ୍ଥାପନ ; ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର – ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍‌‌ ୨୦୨୪ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍‌‌ ମୋଦୀ ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍‌‌। ଅର୍ଥମନ୍ତ୍ରୀ ଚଳିତ ଥର ୬ଷ୍ଠ ବଜେଟ୍‌‌ ସଂସଦରେ ଉପସ୍ଥାପନ କରୁଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛିା ସବ୍‌‌କା ସାଥ୍‌‌ ,ସବ୍‌‌କା ବିକାଶ ଓ ସବ୍‌‌କା ପ୍ରୟାସ ଚାଲୁ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁୁରୁତ୍ୱ ଦିଆଯାଉଛି। ଗରିବ କଲ୍ୟାଣ, ଦେଶର କଲ୍ୟାଣ। ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି। ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି। ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି। ପିଏମ୍‌‌ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି। ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି। ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌‌ ପ୍ରତିଷ୍ଠା ହୋଇଛି। ୧୩ଟି ଏମ୍‌‌ଓ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories