www.samajalive.in
Monday, December 8, 2025
13.1 C
Bhubaneswar

ଖାଉଟିଙ୍କ ଉପରେ ମହଙ୍ଗା ମାଡ: ରସୁଣ କିଲୋ ୫୦୦ଟଙ୍କାରେ ବିକ୍ରି

ଭୁବନେଶ୍ବର :ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପୂର୍ବରୁ ପିଆଜ ପରେ ଟମାଟୋ ଆଉ ଏବେ ରସୁଣ ଦର ଖାଉଟିଙ୍କୁ କନ୍ଦାଉଛି । ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ୧୦୦ ଗ୍ରାମ କିଣିବା ପାଇଁ  ବି ବହୁବାର ଚିନ୍ତା କରିବାକୁ ପଡୁଛି। ବର୍ତ୍ତମାନ୍ ଏହା କିଲୋଗ୍ରାମ ପିଛା ୫୦୦ ଟଙ୍କାରେ ବିକ୍ରି ହେଉଛି।  କେବଳ ଦର ବଢିନି , ବଜାରରେ ପର୍ଯ୍ୟାପ୍ତ ପରିମାଣରେ ରସୁଣ ମଧ୍ୟ ଉପଲବ୍ଧ ନାହିଁ।  ଦର ଅଧିକ ଥିବାରୁ ଖୁଚୁରା ବ୍ୟବସାୟୀମାନେ କିଣିବାକୁ ଭୟ କରୁଛନ୍ତି। ଓଡିଶା ରସୁଣ ପାଇଁ କାନପୁର , ଉତ୍ତରପ୍ରଦେଶ , ମହାରାଷ୍ଟ୍ର ଭଳି ରାଜ୍ୟ ଉପରେ ନିର୍ଭର କରୁଛି। ରାଜ୍ୟରେ ରସୁଣ ଉତ୍ପାଦନ ଅପେକ୍ଷାକୃତ କମ୍ ରହିଛି। ସେପଟେ ବଜାରକୁ ନୂଆ ରସୁଣ ଆସିବାକୁ ଆହୁରି ୧୫ଦିନ ଲାଗିପାରେ ବୋଲି ବ୍ୟବସାୟୀମାନେ କହିଛନ୍ତି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories