www.samajalive.in
Saturday, December 6, 2025
26.1 C
Bhubaneswar

ବୋନି କପୁରଙ୍କ କମ୍ପାନୀ ବେଭ୍ୟୁ ଏବଂ ଭୁଟାନୀ ଗ୍ରୁପ୍ ନିର୍ମାଣ କରିବେ ନୋଏଡା ଅନ୍ତର୍ଜାତୀୟ ଫିଲ୍ମ ସିଟି

ନୂଆଦିଲ୍ଲୀ : ନୋଏଡା ଅନ୍ତର୍ଜାତୀୟ ଫିଲ୍ମ ସିଟି ପ୍ରକଳ୍ପ ଆଗକୁ ବଢିବାରେ ଲାଗିଛି । ଯମୁନା ପ୍ରାଧିକରଣ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରକଳ୍ପକୁ ଆଗକୁ ନେବା ପାଇଁ ୪ ବିଡ୍ସ ମିଳିଥିଲା । ତେବେ ପରୀକ୍ଷଣ ପରେ ନିର୍ଦ୍ଧାରିତ ହୋଇଛି କି ବୋନି କପୁରଙ୍କ କମ୍ପାନୀ ମେସର୍ସ ବେଭ୍ୟୁ ପ୍ରୋଜେକ୍ଟସ ଏଲଏଲପି ଏବଂ ଭୁଟାନୀ ଗ୍ରୁପ୍ ଯମୁନା କ୍ଷେତ୍ରର ଅନ୍ତର୍ଜାତୀୟ ଫିଲ୍ମ ସିଟି ନିର୍ମାଣ କରିବେ ।

ସବୁଠାରୁ ଅଧିକ ବୋଲି ଲଗାଇବା ପରେ ଏହି କମ୍ପାନୀମାନଙ୍କୁ ଫିଲ୍ମ ସିଟି ନିର୍ମାଣର ପ୍ରୋଜେକ୍ଟ ପ୍ରଦାନ କରାଯାଇଛି । କହିରଖୁଛୁ ଯମୁନା ପ୍ରାଧିକରଣ କ୍ଷେତ୍ରର ସେକ୍ଟର ୨୧ରେ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକରରେ ସ୍ଥାପିତ କରାଯାଉଛି ଏବଂ ଅନ୍ତର୍ଜାତୀୟ ଫିଲ୍ମ ସିଟି ଯୋଜନା ପାଇଁ ୪ ବିଡ୍ ଆସିଥିଲା । ଜେଭର ଏୟାରପୋର୍ଟ ପାଖରେ ଫିଲ୍ମସିଟି ନିର୍ମାଣ ପାଇଁ ଇଛା ରଖିଥିବା ୪ କମ୍ପାନୀମାନେ ମେସର୍ସ ସୁପରସୋନିକ୍ ଟେକ୍ନୋବିଲ୍ଡ ପ୍ରାଇଭେଟ୍ ଲିମିଟେଡ୍, ବେଭ୍ୟୁ ପ୍ରୋଜେକ୍ଟ୍ସ ଏଲଏଲପି, ମେସର୍ସ ସୁପର କ୍ୟାସେଟ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟତୀତ ଲାୟନ୍ସ ଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ବୋଲି ଲଗାଇଥିଲେ ।

- Advertisement -

ଏଥିରେ ବୋନି କପୁରଙ୍କ କମ୍ପାନୀର ବୋଲି ସବୁଠାରୁ ଅଧିକ ହେଲା । ଏହା ପରେ ତାଙ୍କ କମ୍ପାନୀକୁ ଏହି ପ୍ରୋଜେକ୍ଟ ଦିଆଯାଇଛି । କହିରଖୁଛୁ ଯମୁନା ଏକ୍ସପ୍ରେସ୍-ଓ୍ବେ ଔଦଗିକ ବିକାଶ ପ୍ରାଧିକରଣ ଅନ୍ତର୍ଜାତୀୟ ଫିଲ୍ମ ସିଟି ପ୍ରକଳ୍ପର ସ୍ଥାପନ ପାଇଁ ୩୦ ସେପ୍ଟେମ୍ବର ୨୦୨୩କୁ ଅନ୍ତର୍ଜାତୀୟ ବିଡ୍ ଜାରି କରିଥିଲା । ବିଡ୍ ଜମା କରିବାର ଶେଷ ତାରିଖ ୫ ଜାନୁୟାରୀ ୨୦୨୪ ଦ୍ବିପ୍ରହର ସାଢେ ୨ଟା ପର୍ଯ୍ୟନ୍ତ ଥିଲା । ଏହା ପରେ ପ୍ରାଧିକରଣ ସ୍ତରରେ ବିଡ୍ସର ଟେକନିକ୍ ପରୀକ୍ଷଣ କରାଯାଇଥିଲା । କହିରଖୁଛୁ ଫିଲ୍ମ ସିଟି ପ୍ରକଳ୍ପର ସମୁଦାୟ ଏରିଆ ୧୦୦୦ ଏକର । ପ୍ରସ୍ତାବିତ ଭୂମିରେ ୭୮୦ ଏକର ଫିଲ୍ମ ସିଟି ଏବଂ ୨୨୦ ଏକର ବ୍ୟବସାୟିକ କାର୍ଯ୍ୟ ପାଇଁ ଉପଯୋଗରେ ଅଣାଯିବ । ନିର୍ମାଣ ହେବା ପରେ ଏହା ବିଶ୍ବର ସବୁଠାରୁ ବଡ ଫିଲ୍ମ ସିଟି ହେବ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories