www.samajalive.in
Monday, December 8, 2025
24.1 C
Bhubaneswar

ରାଜସ୍ଥାନରେ ବିଦ୍ୟାଳୟଗୁଡିକରେ ମା’ ସରସ୍ବତୀଙ୍କ ମୂର୍ତ୍ତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଜୟପୁର : ରାଜସ୍ଥାନର ଜୟପୁରରେ ହିଜାବକୁ ନେଇ ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ବଡ ବିବାଦ ଦେଖାଦେଇଛି । ଗଙ୍ଗାପୋଲ ଅଞ୍ଚଳସ୍ଥିତ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ଅଭିଯୋଗ ଲଗାଇଛନ୍ତି କି ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟଙ୍କୁ ଡକାଯାଇଥିଲା । ସେ କାର୍ଯ୍ୟକ୍ରମକୁ ଆସି ହିଜାବକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଛାତ୍ରୀମାନେ ଖପ୍ପା ଅଛନ୍ତି । ଅନ୍ୟପଟେ ଏହା ମଧ୍ୟରେ ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବଡ ବୟାନ ଆସିଛି । ଶିକ୍ଷାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ରାଜସ୍ଥାନର ବିଦ୍ୟାଳୟମାନଙ୍କରେ ଡ୍ରୋନ୍ କୋଡ୍ ଲାଗୁ ହେବ ।

ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମଦନ ଦିଲାଓ୍ବର ସୂଚନା ଦେଇଛନ୍ତି କି ବିଦ୍ୟାଳୟର ବିବାଦକୁ ନେଇ ଯାଞ୍ଚ କରାଯିବ । ସ୍କଲରେ ଧର୍ମକୁ ନେଇ କୌଣସି ପ୍ରକାର ବିବାଦ ଯେଉଳି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । ସେ ଏହା ମଧ୍ୟ କହିଛନ୍ତି କି ଯେଉଁ ବିଦ୍ୟାଳୟରେ ମା ସରସ୍ବତୀଙ୍କ ମୂର୍ତ୍ତି ବା ଫଟୋ ନଥିବ ସେ ସ୍କୁଲ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କହିରଖୁଛୁ ଜୟପୁରରେ ଗଙ୍ଗାପୋଲ ଅଞ୍ଚଳରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କ ଅଭିଯୋଗ ଏହା କି ବାର୍ଷିକ ଉତ୍ସବ ଅବସରରେ ଅତିଥି ରୂପେ ସ୍ଥାନୀୟ ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ଆସି ହିଜାବକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହା ସହିତ ଧାର୍ମିକ ନାରା ମଧ୍ୟ ଦେଇଥିଲେ ଯାହାକୁ ଛାତ୍ରୀମାନେ ପସନ୍ଦ କରିନଥିଲେ ।

- Advertisement -

ଅନ୍ୟପଟେ ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ଏହି ମାମଲାରେ ସଫେଇ ଦେଇ କହିଛନ୍ତି କି ସେ ସେଠାକୁ ଅତିଥି ହୋଇଯାଇଥିଲେ । ସେଠାରେ କିଛି ଛାତ୍ରୀ ଭିନ୍ନ ପୋଷାକ ପିନ୍ଧି ଆସିଥିଲେ । ପଚାରିବା ପରେ ମହିଳା ପ୍ରିନ୍ସପାଲ କହିଲେ କି କିଛି ମୁସଲିମ୍ ଛାତ୍ରୀ ନିଜ ଧର୍ମ ଅନୁସାରେ ପୋଷାକ ପିନ୍ଧି ଆସନ୍ତି । ଏହା ପରେ ବିଧାୟକ ରାଗିଯାଇ କହିଲେ କି ସ୍କୁଲରେ ଅନୁଶାସନ ରହିବା ଦରକାର ଏବଂ ସମସ୍ତେ ସମାନ ହୋଇ ଆସିବା ଉଚିତ୍ । କିନ୍ତୁ ତାଙ୍କର ଏହି କଥାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି ବିଧାୟକ ବାଲମୁକୁନ୍ଦ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories