www.samajalive.in
Tuesday, December 9, 2025
15.1 C
Bhubaneswar

ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

ଚାନ୍ଦିପୁଟ:  ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅସନା ପୋକରା ଯୁକ୍ତ ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘରକୁ ଚାଉଳ ନେବା ବଦଳରେ ହିତାଧିକାରୀମାନେ ପଞ୍ଚାୟତକୁ ଚାଉଳ ଫେରାଇ ଦେଇଛନ୍ତି। ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ହିତାଧିକାରୀଙ୍କୁ ମାଗଣାରେ ୪ ମାସର ଚାଉଳ ଯୋଗାଇ ଦେଉଥିବା ବେଳେ ଶବରପଲ୍ଲୀ ପଂଚାୟତର ବାୟାଗଡ଼, ଜିରାଙ୍ଗ, ଅଞ୍ଜରସାହି ଓ ଫଟାଚାଞ୍ଛଡା ଗାଁର ଶହେରୁ ଉର୍ଦ୍ଧ୍ବ ରାସନ୍ କାର୍ଡ ହିତାଧିକାରୀ ୪ ମାସର ପିଡିଏସ୍ ଚାଉଳ ନେବା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଗାଡ଼ି ଭଡ଼ା କରି ଆସିଥିଲେ।  ହେଲେ ଯୋଗାଣ ସହାୟକଙ୍କଠାରୁ ଚାଉଳ ନେବା ପରେ ସେହି ସବୁ ଚାଉଳ ପୋକଡା ସହ ଆବର୍ଜନା ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଉକ୍ତ ଚାଉଳ ଦେଖି ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା । ବହୁ ଦୂର ଦୁରାନ୍ତରୁ ଆସିଥିବା ହିତାଧିକାରୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ସରପଞ୍ଚ ଓ ପିଇଓ ଙ୍କୁ ଡ଼ାକିଥିଲେ । କିନ୍ତୁ ପିଇଓ ଆସିନଥିଲେ।  ସରପଞ୍ଚ ଙ୍କ ପ୍ରତିନିଧି ଆସି ଘଟଣା କୁ ନିନ୍ଦା କରିଥିଲେ । ଗଚ୍ଛିତ ଥିବା ଚାଉଳ ବସ୍ତା ଗୁଡିକର ତଳ ଭାଗ ଓଦା ହୋଇ ଚିରି ଫାଟି ଯାଇଛି । ପଞ୍ଚାୟତ ର ଗୋଦାମରେ ଥିବା ଚାଉଳ ବସ୍ତା କୁ ଖୋଲି ଦେଖିବାରେ ତାହା ବି ପୋକ ସହ ଅସନା ହୋଇ ରହିଥିଲା । ଫଳରେ ୪ ଖଣ୍ଡ ଗ୍ରାମବାସୀ ଚାଉଳ ନ ନେଇ ଖାଲି ହାତରେ ଘରକୁ ଫେରି ଯାଇଥିଲେ । ସେପଟେ ଏହି ଘଟଣାକୁ ନେଇ ସମ୍ପୃକ୍ତ ଖାଦ୍ୟ ଯୋଗାଣ ସହାୟକ କହିଛନ୍ତି କେବେ ଏଭଳି ଅବ୍ୟବସ୍ଥା ହେଉନଥିଲା , ଚଳିତ ଥର ୬୦କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ହେବ ଖରାପ୍‌ ଅପମିଶ୍ରିତ ଚାଉଳ ଆସିଛି।  ଯାହା ଖାଇବା ଅନୁପଯୋଗୀ। ଚାଉଳ ନେଇନଥିବା ହିତାଧିକାରୀ ଙ୍କ ସମସ୍ୟା ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ଜଣାଇ ଦିଆଯାଇଛି ।  ଖରାଫ ଚାଉଳ ସବୁ ଫେରସ୍ତ କରାହେବ । ଏବଂ  ସେମାନଙ୍କୁ ଖୁବ୍ ଶୀଘ୍ର ଭଲ ଚାଉଳ ଯୋଗାଇ ଦିଆଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories