www.samajalive.in
Monday, December 8, 2025
27.1 C
Bhubaneswar

ସାଉଳିପଡାରେ ବିଏସଏଫର ଜନସମ୍ପର୍କ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସୁମେରବନ୍ଧ ପଞ୍ଚାୟତ ସୁମେରବନ୍ଧ ଅଞ୍ଚଳରେ ୯୯ ବାଟାଲିୟନ ବିଏସଏଫ ବାହିନୀ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡାର ଉନ୍ନତି ପାଇଁ ଏହି ବିଏସଏଫ ଯବାନମାନେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ଦେଖିବାକୁ ମିଳିଥିବାବେଳେ ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ସାଉଳିପଡାଠାରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ପଞ୍ଚାୟତର ମିଙ୍ଗୁନପଦରଠାରେ ନୂତନ ଭାବରେ ସ୍ଥାପିତ ହୋଇଥିବା ୯୯ ବାଟାଲିୟନ ବିଏସଏଫ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଏସଏଫ ତରଫରୁ ସୁମେରବନ୍ଧ ପଞ୍ଚାୟତ ଅଧୀନରେ ଥିବା ସାଉଳିପଡା, ସାରଡୋଳି,କିଲେରପଡା ଓ ରାତାମାସ୍କା ଗ୍ରାମର ଗ୍ରାମବାସୀମାନଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ଶତାଧିକ ଲୋକ ଏହି କ୍ୟାମ୍ପରେ ଯୋଗଦେଇଥିଲେ । କ୍ୟାମ୍ପରେ ସୁମେରବନ୍ଧ ସରପଞ୍ଚ ଅତିଥି ଭାବରେ ଉପସ୍ଥିତ ଥିବାବେଳେ ବିଏସଏଫ ତରଫରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ, ଅଞ୍ଚଳର ଖେଳାଳିମାନଙ୍କୁ ଖେଳ ଉପକରଣ ସହ ରୋଷେଇ ସାମଗ୍ରୀ, କମ୍ବଳ, ଲୁଙ୍ଗି, ଛତା, ଜୋତା, ଚପଲ, ଲାଇଟ ସହ ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ବଣ୍ଟନ କରାଯାଇଥିଲା ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories