www.samajalive.in
Saturday, December 6, 2025
26.1 C
Bhubaneswar

କୋହଲିଙ୍କ ସ୍ଥାନରେ ପଟିଦାର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ବ୍ୟକ୍ତିଗତ କାରଣରୁ ଶୃଙ୍ଖଳାର ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ରୁ ଓହରି ଯାଇଛନ୍ତି ବିରାଟ କୋହଲି। ଏହି ୨ଟି ଟେଷ୍ଟମ୍ୟାଚ୍‌ ପାଇଁ କୋହଲିଙ୍କ ବଦଳ ଖେଳାଳି ଭାବେ ରଜତ ପଟିଦାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ମଧ୍ୟପ୍ରଦେଶର ପଟିଦାର ଇଂଲଣ୍ଡ ଲାୟନ୍‌ସ ବିପକ୍ଷରେ ଭାରତ ‘ଏ’ ପାଇଁ ଅହମ୍ମଦାବାଦରେ ମ୍ୟାଚ୍‌ ଖେଳୁଥିଲେ। ଟେଷ୍ଟ ଦଳରେ ସ୍ଥାନପାଇବା ପରେ ପଟିଦାର ବୁଧବାର ସନ୍ଧ୍ୟାରେ ହାଇଦରାବାଦରେ ପହଞ୍ଚି ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ୩ ଜଣ ଆନ୍ତର୍ଜାତିକ ବୋଲରଙ୍କୁ ନେଇ ଖେଳୁଥିବା ଇଂଲଣ୍ଡ ଲାୟନ୍‌ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ରଜତ ପଟିଦାର ୧୫୮ ବଲ୍‌ରୁ ୧୫୧ ରନ୍‌ କରିଥିଲେ। ୩୦ ବର୍ଷ ବୟସ୍କ ରଜତ ପଟିଦାର ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ୪୫.୯୭ ଆଭ୍‌ରେଜରେ ୧୨ଟି ଶତକ ସହ ୪୦୦୦ ରନ୍‌ କରିଛନ୍ତି। ଗତ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଟିଦାର ଦିନିକିଆ ପଦାର୍ପଣ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories