www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ; ୯ଟି ଅଗ୍ନିକୁଣ୍ଡ,୬୦ ଘଣ୍ଟା ପୂଜାର୍ଚ୍ଚନା ସହ କରାଯାଇଥିଲା ୫.୫୦ ଲକ୍ଷ ମନ୍ତ୍ରର ଜପ

ଲଖନଉ : ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଅନୁଷ୍ଠାନ ଅନେକ କାରଣରୁ ଅଦ୍ଭୁତ ରହିଛି। ସାତ ଦିନ ଧରି ହୋଇଥିବା ଏହି ଅନୁଷ୍ଠାନରେ ୫.୫୦ ଲକ୍ଷ ମନ୍ତ୍ରର ଜପ,ରାମଜନ୍ମଭୂମି ପରିସରରେ ସମ୍ପନ୍ନ ହୋଇଛି। ଏହି ସମସ୍ତ ମନ୍ତ୍ର ରାମନଗରୀର ପୌରାଣିକ ଗ୍ରନ୍ଥରୁ ନିଆଯାଇଛି। ପୁରାଣ, ଶ୍ରୀମଦ୍‌‌ ଭଗବତ୍‌‌ଗୀତା ଓ ବାଲ୍ମୀକିଙ୍କ ରାମାୟଣର ମନ୍ତ୍ରର ଜପ କରାଯାଇଛି। ଏହାସହ ୯ଟି ଅଗ୍ନିକୁଣ୍ଡ ସହ ୬୦ ଘଣ୍ଟା ପୂଜାର୍ଚ୍ଚନା କରାଯାଇଛି।
ଲଖନଉରୁ ଆସିଥିବା ୫୬ ପ୍ରକାର ଭୋଗକୁ ରୁପାଥାଳି ଓ ରୁପା ଗିନାରେ ସଜେଇ ରଖାଯିବା ସହ ଏହା ମଧ୍ୟରେ ସ୍ୱତନ୍ତ୍ର ତୁଳସୀରେ ତିଆରି ମିଠା ରହିଥିଲା। ୧୫୧ ପାନର ଭୋଗ ମଧ୍ୟ ରହିଥିଲା। । ୩୬୧୦ କିଲୋ ଓଜନର ୧୦୮ ଫୁଟ୍‌‌ ଲମ୍ବ ବିଶିଷ୍ଟ ଅଗରବତୀ ଗୁଜରାଟରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିଆଯାଇଥିଲା।
ଏହି ଅଗରବତୀକୁ ଗୁଜରାଟର ଭଦୋଦରାରେ ତିଆରି କରାଯାଇଥିଲା। ଏହାକୁ ପ୍ରସ୍ତୁତ କରିବାକୁ ୬ ମାସ ସମୟ ଲାଗିଥିଲା। ଏଥିରେ ଅନେକ ପ୍ରକାର ଜଡିବୁଟ୍ଟୀ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଥିଲା, ଯାହା ପ୍ରାୟ ଦେଢ ମାସ ପର୍ୟ୍ୟନ୍ତ ୫୦ କିଲୋମିଟର କ୍ଷେତ୍ର ପର୍ୟ୍ୟନ୍ତ ନିଜ ବାସ୍ନାରେ ମହକାଇବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories