www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମ୍ପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ । ଏଥିରେ ଦେଶ ବିଦେଶର ଭାଷାବିତମାନେ ଯୋଗଦେଇ ତଥ୍ୟଭିତ୍ତିକ ଉପାଦେୟ ମତାମତ ଉପସ୍ଥାପନ କରିବେ ।

ପ୍ରଥମ ତଥା ଉଦଘାଟନୀ ଦିନରେ ପଦ୍ମଶ୍ରୀ ହର୍‌ମାନ୍‌ କୁଲ୍‌କେ, ପ୍ରଫେସର ୟୁ ସ୍କୋଡ଼ା ଭାଷାଭିତ୍ତିକ ଆଲୋଚନା କରିବା ସହ ଜଗନ୍ନାଥ ଚେତନା, ଓଡ଼ିଆ ଭାଷାର ଉତ୍ପତ୍ତି ଓ ବିକାଶ, ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ‘ଓଡ଼ିଆ: ଭାରତର ଶାସ୍ତ୍ରୀୟ ଭାଷା’ ଉପରେ ଆଲୋଚନା ଅନୁଷ୍ଠିତ ହେବ । ସେହିଭଳି ଦ୍ୱିତୀୟ ଦିନରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ। ଏଥିସହ ପ୍ରସିଦ୍ଧ ଭାଷାବିତ୍‌ ପ୍ରଫେସର ଆର୍‌ଲୋ ଗ୍ରିଫିତ୍‌ ତାଙ୍କର ଭାଷାଭିତ୍ତିକ ଅଭିଜ୍ଞତା ଉପସ୍ଥାପନ କରିବେ । ଏଥିସହ ଓଡ଼ିଶା-ଆଧୁନିକ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ, ଓଡ଼ିଶାର ଲୋକସଂସ୍କୃତି, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ,ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା ହେବ ।
ସେହିଭଳି ତୃତୀୟ ତଥା ଉଦଯାପନୀ ଦିବସରେ ପ୍ରଫେସର ମୋରିସିଓ ଲିଣ୍ଡେ, ପ୍ରଫେସର ଆଣ୍ଟେ ସ୍କିମ୍‌ଡେଚେନ୍‌ ଭାଷାକୁ ନେଇ ସାରଗର୍ଭକ ଉପସ୍ଥାପନ ରଖିବାବେଳେ ୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା: ସୁଯୋଗ ଓ ଭବିଷ୍ୟତ, ସଂସ୍କୃତି ଓ ଐତିହ୍ୟ: ରାଜ୍ୟର ସୂକ୍ଷ୍ମଶକ୍ତି, ବିଜ୍ଞାନ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରୟୋଗ ଓଡ଼ିଆ ଭାଷାରୁ ଅନ୍ୟ ଭାଷା ଏବଂ ଅନ୍ୟ ଭାଷାରୁ ଓଡ଼ିଆକୁ ଅନୁବାଦ ଆଦି ପ୍ରସଙ୍ଗ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।

- Advertisement -

ଏହି ସମ୍ମିଳନୀ ପରିପ୍ରେକ୍ଷୀରେ ଗବେଷକ ଓ ବୁଦ୍ଧିଜୀବୀମାନଙ୍କ ଠାରୁ ଓଡ଼ିଆ ଭାଷା ସମ୍ପର୍କିତ ଗବେଷଣାତ୍ମକ ପ୍ରବନ୍ଧ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆହ୍ୱାନ କରାଯାଉଛି । ଏହାକୁ ଏକ ସ୍ମରଣିକା ଗ୍ରନ୍ଥ ସଂକଳନ ରୂପେ ଆସନ୍ତା ଓଡିଶା ଦିବସରେ ପ୍ରକାଶିତ କରାଯିବ । ଗବେଷଣାତ୍ମକ ପ୍ରବନ୍ଧ ଗୁଡିକ ଆସନ୍ତା ଫେବୃଆରୀ ୨୮ ତାରିଖ ସୁଦ୍ଧା ଅନଲାଇନ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆହ୍ୱାନ କରାଯାଉଛି । ଏହାର ସବିଶେଷ ତଥ୍ୟ www.worldodiaconference.org ରେ ଉପଲବ୍ଧ ରହିଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories