www.samajalive.in
Saturday, December 6, 2025
16.1 C
Bhubaneswar

ବ୍ୟବହାର ପରେ ଗ୍ୟାସ ଉପରେ ତାୱା,କଡେଇ ରଖୁଛନ୍ତି କି?

ରୋଷେଇ ଘର ପାଇଁ କିଛି ବାସ୍ତୁ ନିୟମ ରହିଛି। ଏହାର ପାଳନ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ସର୍ବଦା ରହିଥାଏ। ଘରେ ଧନର ଅଭାବ ହୋଇନଥାଏ। ମାତ୍ର କିଛି ବାସ୍ତୁ ନିୟମ ପ୍ରତି ଅଣଦେଖା କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ। ରୋଷେଇ ଘରେ ବିଶେଷ କରି ଏହି ୨ଟି ବାସନକୁ ଓଲଟା ରଖିବା ଦ୍ୱାରା ବ୍ୟକ୍ତି ଧନର ଅଭାବର ସମ୍ମୁଖୀନ ହେବା ସହ ଟଙ୍କାର ଅଭାବ ଲାଗି ରହିଥାଏ। ରୋଷେଇ ଘରେ ବାସନକୁ ରଖିବାର ଏହି ଛୋଟ ଭୁଲ୍‌‌ ପାଇଁ ଜୀବନରେ ନାନା ସମସ୍ୟା ଭୋଗିବାକୁ ପଡିଥାଏ।
ବାସ୍ତୁ ଅନୁଯାୟୀ, ରୋଷେଇ ଘରେ ଭୁଲ୍‌‌ରେ ମଧ୍ୟ ତାୱାକୁ ଓଲଟା କରି ରଖନ୍ତୁ ନାହିାଁ ଏହାଦ୍ୱାରା ଘରର ସୁଖସମୃଦ୍ଧିରେ ବାଧା ଆସିଥାଏ।
ସେହିପରି ରୋଷେଇ ଘରେ କଡେଇକୁ କଦାପି ଓଲଟା ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।
କଡେଇ କିମ୍ବା ତାୱାର ବ୍ୟବହାର ପରେ ଏହାକୁ ଅପରିଷ୍କାର କରି ରଖନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖଶାନ୍ତି ଦୁରେଇ ଯାଏ।
ଏହାକୁ ବ୍ୟବହାର କରିବା ପରେ ଗ୍ୟାସ ଉପରେ ରଖନ୍ତୁ ନାହିଁ। ସଠିକ୍‌‌ ସ୍ଥାନରେ ସିଧା କରି ରଖନ୍ତୁ।
କଡେଇ କିମ୍ବା ଗରମ ତାୱା ଉପରେ ପାଣି ଆଦୌ ପକାନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯାଏ। ଥଣ୍ଡା ହୋଇଗଲା ପରେ ଏହାକୁ ସଫା କରନ୍ତୁ।
ଏହାର ଅବମାନନା କରିବା ଦ୍ୱାରା ଧନର ଅଭାବ ସହ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories