ପାଟଣା : ଦିନକୁ ଦିନ ଲୁଟ୍ ରାହାଜାନି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଘଟଗାଁ ଥାନା ଅଞ୍ଚଳ ପିପିଳିଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଜଣେ ବ୍ୟକ୍ତି ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଛନ୍ତି। ବ୍ୟକ୍ତି ଜଣକ ଚିକିଣିଆ ଗାଁର ବନମାଳୀ ନାଏକ ବୋଲି ଜଣାପଡିଛି। ସୂଚନା ମୂତାବକ ବନମାଳୀ ବ୍ୟାଙ୍କରୁ ୫୧ ହଜାର ଟଙ୍କା ଉଠାଇ ଚିକିଣିଆ ଗାଁକୁ ଫେରୁଥିଲେ । ଏତିକିବେଳେ ଏକାକୀର ସୁଯୋଗ ନେଇ କିଛି ବ୍ୟକ୍ତି ତାଙ୍କୁ ବାଇକରେ ପିଛା କରିଥିଲେ । ପରେ ଦୁଇ ଜଣ ଲୁଟେରା ତାଙ୍କ ହାତରୁ ଟଙ୍କା ଥିବା ପଲିଥିନଟିକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ଘଟଗାଁ ଥାନାରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



