www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

କଟକ: କଟକ ନିକଟ ମଙ୍ଗୁଳି ଛକରେ ଦୁର୍ଘଟଣା । କାର ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚୌଦ୍ବାର ଦମକଳ ବାହିନୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମଙ୍ଗୁଳି ଛକରେ ଏକ ଟ୍ରକ ରାସ୍ତାକଡରେ ଛିଡା ହୋଇଥିବାବେଳେ ସୁଧାକର ବସନ୍ତଙ୍କ କାରଟି ଆସି ପିଟି ହୋଇଯାଇଛି।  କାରଟି ଚଣ୍ଡୀଖୋଲ ପଟୁ କଟକ ଆଡକୁ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି କାରଟିକୁ କାଟି ସୁଧାକରଙ୍କୁ ଉଦ୍ଧାର କରିଥିଲେ । କାର ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories