www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସ ହାଇସ୍କୁଲରେ ଭାଷା, ସାହିତ୍ୟ, ସୃଜନଶୀଳତା ଓ ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବ

କଟକ:  ବକ୍ସିବଜାରସ୍ଥିତ ଓଡିଶା ପୁଲିସ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ମମତା କରଙ୍କ ସଭାପତିତ୍ଵରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଚାରୋଟି କ୍ଲବର ଛାତ୍ରଛାତ୍ରୀମାନେ ଓଡିଆ ଭାଷା ସାହିତ୍ୟରେ ଥିବା ସେମାନଙ୍କର ସୃଜନଶୀଳତାର ବିଭିନ୍ନ ପ୍ରକଳ୍ପ ଗୁଡିକୁ ଗଳ୍ପ, କବିତା, ନୃତ୍ୟ, ଗଣିତ ତଥା ଯୋଗାସନ ଆଦି ପ୍ରତିଭାକୁ ପ୍ରଦର୍ଶନ କରିଥିଲେ । ବିଭିନ୍ନ କ୍ଲବ ଯଥା – ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନା ଆଦି ଦାୟିତ୍ଵରେ ଥିବା ମେଣ୍ଟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ଛାତ୍ରଛାତ୍ରୀମାନଙ୍କର କୌଶଳ ଗୁଡିକୁ ପ୍ରଦର୍ଶନ କରିବାରେ ସହଯୋଗ କରିଥିଲେ । ଉକ୍ତ ଭାଷା ସୃଜନଶୀଳତାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାନଗର ନିଗମର ୧୫ ନଂ ୱାର୍ଡର କର୍ପୋରେଟର ଲିଜାରାଣୀ ରାଉତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଓଡିଆ ଭାଷାର ପ୍ରୟୋଗ ଓ ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଆରସିସି ରେନୀ ନନ୍ଦ ଓ ମିଶନ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାମଲ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ପ୍ରକଳ୍ପ ପରିଦର୍ଶନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ମାନେ ଯୋଗଦେଇ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଦ୍ଵିତୀୟ ଅଧିବେଶନରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ୧୬ତମ କ୍ରୀଡ଼ାଉତ୍ସବର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୋଲିସ ମୁଖ୍ୟାଳୟର ମଙ୍ଗଳ ଅଧିକାରୀ ରବୀନ୍ଦ୍ରନାଥ ମହାନ୍ତି ଯୋଗ ଦେଇ ଅଧ୍ୟୟନ ସହ କ୍ରୀଡ଼ାରେ ପାରଙ୍ଗମ ହାସଲ କରି ସୁନାମଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ କଟକର ପ୍ରତିଷ୍ଠିତ ସାମାଜସେବୀ ସରୋଜ କୁମାର ଶତପଥି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳା ସହ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରି ଦେଶର ଗୌରବ ବୃଦ୍ଧି କରିବାକୁ ମତାମତ ଦେଇଥିଲେ। ବାର୍ଷିକ କ୍ରୀଡ଼ାରେ ସିନିଅର ବାଳକ ବିଭାଗର ସୁରଜିତ ସାମନ୍ତରାୟ, ଜୁନିଅର ବିଭାଗର ଓମ କୁମାର ନାୟକ ଏବଂ ବାଳିକା ବିଭାଗର ମାମାଲି ଭୋଇଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ସମସ୍ତ କାର୍ୟ୍ୟକ୍ରମକୁ ଗୀତାଞ୍ଜଳୀ ମିଶ୍ର, ଅମିତା ପ୍ରଜ୍ଞା ପଣ୍ଡା, ଦିଲ୍ଲୀପ କୁମାର ପରିଡ଼ା,ଦୁର୍ୟ୍ୟଧନ ସାହୁ ଆଦି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତରୁବାଳା ନନ୍ଦ, ସାଗରୀକା ନନ୍ଦ ଓ ଅଭିମନ୍ୟୁ ରଥ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଶେଖ ଜହୁରୁଦ୍ଦିନ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories