www.samajalive.in
Sunday, December 7, 2025
13.1 C
Bhubaneswar

ଥକ୍କାପଣ,କୋଷ୍ଠକାଠିନ୍ୟ,ମାନସିକ ଚିନ୍ତାର କାରଣ ପୋଟାସିୟମର ଅଭାବ..

ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଭିଟାମିନ୍‌‌ ଓ ମିନେରାଲ୍ସ ଆବଶ୍ୟକ। ଏସବୁ ମଧ୍ୟରୁ ଗୋଟିଏ ହେଉଛି ପୋଟାସିୟମ। ଏହା ଶରୀର ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଖଣିଜ। ପୋଟାସିୟମ ସ୍ତର ଶରୀରରେ ଜଳୀୟଅଂଶ ସହ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ ଖଣିଜ ମାନସିକ ଦୁଃଶ୍ଚିନ୍ତା ଦୂର କରି ସ୍ନାୟୁକୁ ସୁସ୍ଥ ରଖିଥାଏ।
ପୋଟାସିୟମ ସ୍ତର କମ୍‌‌ ହେବାର ଅନେକ କାରଣ ରହିଛି। ଡାକ୍ତରଙ୍କ ପରାମର୍ଶ ବିନା ବିଭିନ୍ନ ପ୍ରକାର ଔଷଧର ସେବନ, ଅତ୍ୟଧିକ ଝାଳ ବୋହିବା, ଫୋଲିକ୍‌‌ ଏସିଡର ଅଭାବ ଆଦି ହେବା ଦ୍ୱାରା ଶରୀରରେ ପୋଟାସିୟମର ଅଭାବ ହୋଇଥାଏ।
ଲକ୍ଷଣ..
ବାରମ୍ବାର ପରିଶ୍ରା ଲାଗିବା।
ଅତ୍ୟଧିକ ଥକ୍କାପଣ ଅନୁଭବ ହେବା ।
ପାଚନ ତନ୍ତ୍ର ସଠିକ୍‌‌ ଭାବେ କାମ ନକରିବା, ଅଧିକ ଦିନ ଧରି ଖାଦ୍ୟ ଭଲ ଭାବେ ହଜମ ନହେବା,କୋଷ୍ଠକାଠିନ୍ୟ ସମସ୍ୟା ଏଭଳି ହେବା ଦ୍ୱାରା ଶରୀରରେ ପୋଟାସିୟମର ଅଭାବ ହେବାର ଲକ୍ଷଣ।
ମାଂସପେଶୀ ଜନିତ ସମସ୍ୟା ଲଗାତାର ଦେଖାଦେଲେ, ଏହା ମଧ୍ୟ ପୋଟାସିୟମ ସ୍ତର କମ୍‌‌ ହେବାର ଲକ୍ଷଣ।
ମସ୍ତିଷ୍କ ସୁସ୍ଥ ରହିବା ପାଇଁ ପୋଟାସିୟମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ପୋଟାସିୟମ ଥିବା ଖାଦ୍ୟ ନିଶ୍ଚୟ ଖାଆନ୍ତୁ।
ନିଜ ଖାଦ୍ୟରେ ଏହି ୫ଟି ଖାଦ୍ୟ ସାମିଲ କରିବା ଦ୍ୱାରା ଶରୀରରେ ପୋଟାସିୟମ ସ୍ତର ସଠିକ୍‌‌ ରହିଥାଏ।
ପାଳଙ୍ଗ ଶାଗ
ବିଭିନ୍ନ ଫଳ
ପଇଡ ପାଣି
କଦଳୀ
କଖାରୁ
ଏହି ସମସ୍ତ ଖାଦ୍ୟରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ନିଜ ଦୈନନ୍ଦିନ ଖାଦ୍ୟରେ ପୋଟାସିୟମ ଅଭାବ ଦୂର କରିବା ପାଇଁ ଏହି ସମସ୍ତ ଖାଦ୍ୟର ସେବନ କରନ୍ତୁ। ଆଳୁ ମଧ୍ୟ ଖାଇପାରିବେ। ନିୟମିତ ସକାଳେ ବାଦାମ ଖାଇବା ଦ୍ୱାରା ଶରୀରରେ ପୋଟାସିୟମ ସ୍ତର ସଠିକ୍‌‌ ରହିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories