www.samajalive.in
Sunday, December 7, 2025
14.1 C
Bhubaneswar

ଔଷଧ ଖାଇବା ପୂର୍ବରୁ ପରେ କଫି ,ଚା’ ପିଇବାର ଅଭ୍ୟାସ ଅଛି କି? ସାବଧାନ

ଅଧିକାଂଶ ଲୋକଙ୍କ ଅଭ୍ୟାସ ସକାଳୁ ଉଠିବା ପରେ ଚା’ କିମ୍ବା କଫି ସେବନ କରିବା। ଏହାକୁ ସୀମିତ ପରିମାଣରେ ଅର୍ଥାତ ଦିନକୁ ଥରେ ଅଥବା ୨ ଥର ଚା’,କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିନଥାଏ। ମାତ୍ର ବାରମ୍ବାର ଚା’,କଫି ସେବନ ସହ ଦେହ ଖରାପ ସମୟରେ ଏହାର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏପରିକି ଅନେକ ସମୟରେ ଦେଖାଯାଏ ଲୋକେ ଔଷଧ ଖାଇବା ପୂର୍ବରୁ ଓ ପରେ ଏହାର ସେବନ କରି ଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ଜନିତ ଅନେକ କ୍ଷତି କରିଥାଏ। ଔଷଧର ପ୍ରଭାବ ଶରୀରକୁ ମିଳିନଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି, ଅତ୍ୟଧିକ କଫି ଓ ଚା’ର ସେବନ ଦ୍ୱାରା ଭୋଜନ ସମୟରେ ପ୍ରଭାବ ପକାଏ ଅର୍ଥାତ ଭୋକ ମାତ୍ରା ଖୁବ୍‌‌ କମ୍‌‌ କରି ଦେଇଥାଏ। ପରିବର୍ତ୍ତନ ମଧ୍ୟ କରିଥାଏ। ଔଷଧ ଖାଇବା ପୂର୍ବରୁ ଓ ପରେ ଏହାର ସେବନ କରିବା ଦ୍ୱାରା ପେଟରେ ହେଉଥିବା ପରିବର୍ତ୍ତନ କାରଣରୁ ଔଷଧକୁ ଅବଶୋଷିତ କରିବା ପାଇଁ ଯେଉଁ ରାସାୟନିକ ଦ୍ରବ୍ୟର ଆବଶ୍ୟକତା ହୋଇଥାଏ, ତାହା ସୃଷ୍ଟି ହୋଇପାରିନଥାଏ। ଫଳରେ ଔଷଧର ସକରାତ୍ମକ ପ୍ରଭାବ ମିଳିପାରିନଥାଏ।

- Advertisement -

କଫି,ଚା’ ପିଇବା ପରେ ପେଟରେ ଏସିଡର ସ୍ତର ବୃଦ୍ଧି ହୋଇଥାଏ। ଏହା ଔଷଧର ପ୍ରଭାବ କମ୍‌‌ କରି ଦେଇଥାଏ। ବିଶେଷ କରି କିଛି ସ୍ୱତନ୍ତ୍ର ରୋଗ ପାଇଁ ଖାଉଥିବା ଔଷଧ ଖାଇବା ପରେ ଓ ପୂର୍ବରୁ ଆଦୌ ଚା’,କଫି ପିଇବା ଉଚିତ ନୁହେଁ। ଥାଇରଏଡ,ଥଣ୍ଡା ଜ୍ୱର, ସଂକ୍ରମିତ ରୋଗ, ମଧୁମେହ,ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ମାନସିକ ଦୁଃଶ୍ଚିନ୍ତା ଆଦି ପାଇଁ ଔଷଧ ସେବନ କରୁଥିଲେ, ଔଷଧ ସେବନ ପରେ କିମ୍ବା ପୂର୍ବରୁ ଚା’,କଫି ସେବନ କରିବା ଉଚିତ ନୁହେଁ। ଔଷଧର କୌଣସି ସୁଫଳ ମିଳିନଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories