www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ କି ଇଶା!

ମୁମ୍ବାଇ: ବଲିଉଡ ହିଟ୍‍ ଯୋଡି ଧର୍ମେନ୍ଦ୍ର ଓ ହେମାମାଳୀନିଙ୍କ ଝିଅ ଇଶା ଦେଓଲ ଫିଲ୍ମ ଦୁନିଆ ଅପେକ୍ଷା ବ୍ୟକ୍ତଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି। ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବା ନେଇ ଖବର ଶୁଣିବାକୁ ମିଳିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖବର ଅନୁଯାୟୀ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭାଇରାଲ ପୋଷ୍ଟରୁ ଏହା ଜଣାପଡିଛି। ଇଶା ଏବଂ ଭରତଙ୍କ ମଧ୍ୟରେ ସବୁ କିଛି ଠିକ୍‍ ଚାଲିନଥିବା ପୋଷ୍ଟରୁ ଜଣାପଡିଛି। ସେଥିପାଇଁ ସେମାନଙ୍କୁ ସର୍ବସାଧାରଣରେ ଏକାଠି ଦେଖିବାକୁ ମିଳୁନାହିଁ। ନୂଆବର୍ଷରେ ବେଙ୍ଗାଲୁରୁର ଏକ ପାର୍ଟିରେ ଇଶାଙ୍କ ସ୍ୱାମୀ ଭାରତଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି କାରଣରୁ ଇଶା ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ଦେଓଲ ପରିବାରର କୌଣସି ସଦସ୍ୟ ଏହାକୁ ନେଇ ମୁହଁ ଖୋଲି ନାହାଁନ୍ତି। ଇଶା ୨୦୧୨ ଜୁନ୍‍ ୨୯ରେ ଭରତଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories