ଘରେ ଟଙ୍କା ପଇସାର ଅଭାବ ସହ କାଙ୍ଗାଳ କରିଥାଏ କିଛି ଅଭ୍ୟାସ। କିଛି ଅଭ୍ୟାସ ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିବା ସହ ସୁଖସମୃଦ୍ଧି ଦୂରେଇ ଯାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଏପରି ରହିଛି,ଯାହା ଦ୍ୱାରା ଘରେ ସର୍ବଦା ଟଙ୍କାର ପଇସାର ଅଭାବ ଦେଖାଦେଇଥାଏ। ଯେତେ ରୋଜଗାର କଲେ ମଧ୍ୟ ଟଙ୍କା ସଞ୍ଚୟ ହୋଇ ପାରିନଥାଏ। ଅଯଥାରେ ଖର୍ଚ୍ଚ ହୋଇଥାଏ।
ବାସ୍ତୁ ଅନୁଯାୟୀ, ଏହି ସବୁ ଜିନିଷକୁ ଅଣଦେଖା କଲେ ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ। ଟଙ୍କା ପଇସାର ଘୋର ଅଭାବ ହୋଇଥାଏ। ଜାଣନ୍ତୁ..
ଅଧିକାଂଶ ଲୋକେ ଘରେ ଭଙ୍ଗାତୁଟା ଅଥବା ସାମାନ୍ୟ ଭାଙ୍ଗିଥିବା ବାସନର ବ୍ୟବହାର କରିଥାଆନ୍ତି। ବାସ୍ତୁ ଅନୁଯାୟୀ, ଘରେ ଭଙ୍ଗାତୁଟା ବାସନ ରଖିବା ଦ୍ୱାରା ଓ ଏହାର ବ୍ୟବହାର କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଏହି ଅଭ୍ୟାସ କାଙ୍ଗାଳ କରିଥାଏ।
ଘରେ ସର୍ବଦା ଅଯଥା କଥାରେ କଳହ ଓ ଯୁକ୍ତିତର୍କ କରୁଥିଲେ ସେଠାରେ ଉନ୍ନତିରେ ବାଧା ସୃଷ୍ଟି ସହ ଟଙ୍କାର ଅଭାବ ଲାଗି ରହିଥାଏ।



