www.samajalive.in
Sunday, December 7, 2025
26.1 C
Bhubaneswar

ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ଆନ୍ତଃ ଜିଲା କ୍ରିକେଟ ମ୍ୟାଚର ଉଦଯାପନ

ଭୁବନେଶ୍ଵର : ପାତ୍ରପଡ଼ା ସ୍ଥିତ ମହାରାଜା କ୍ରିକେଟ ଗ୍ରାଉଣ୍ଡ ପରିସରରେ ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ଠ୨୪ର ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୨ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ପୁରୀ ଓ ଝାରପଡ଼ା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଦଳ ଝାରପଡ଼ାକୁ ପରାସ୍ତ କରି ୨୦୨୪ର ଚମ୍ପିଆନ ହୋଇଥିଲା । ଏହି ଉଦଯାପନ ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ୬୫ ନଂ ୱ।ର୍ଡର କର୍ପୋରେଟର ରଶ୍ଚୀରଞ୍ଜନ ପାଟ୍ଟଶାଣୀ ବିଜୟୀ ଦଳକୁ ଟ୍ରଫି ସହିତ ଦଶ ହଜାର ଟଙ୍କାର ଚେକ୍ ଓ ରନର୍ସ ଦଳକୁ ଟ୍ରଫି ସହିତ ଛଅ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ଜାନକି ବଲ୍ଲଭ ପଟ୍ଟନାୟକ, ପରିଷଦର ସଭାପତି ଶ୍ରୀ ଗୋପିନାଥ ନାୟକ, ଉପ।ଧ୍ୟକ୍ଷ ଶ୍ରୀ ଜାପାନି ନାୟକ, ଅଶୋକ କୁମାର ନାୟକ, ରାମଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ନାୟକ, ପ୍ରମୋଦ ନାୟକ, ଶଙ୍କର ନାୟକ, ଦିପକ ନାୟକ, ଚନ୍ଦନ ନାୟକ, ବିକାଶ ନାୟକ, ପ୍ରଭାତ ନାୟକ, ପ୍ରଭାକର ନାୟକ, ଜନାର୍ଦନ ନାୟକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପରିଷଦର କ୍ରିଡା ସମ୍ପାଦକ ଶ୍ରୀ ଭରତଚନ୍ଦ୍ର ନାୟକ ଓ ଅମର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଟି ସଫଳତାର ସହିତ ସମାପ୍ତ ହୋଇଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories