www.samajalive.in
Tuesday, December 9, 2025
16.1 C
Bhubaneswar

୧୫୦ ବର୍ଷରେ ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସୋମବାର ୧୫୦ ବର୍ଷ ପାଳନ କରୁଥିବାରୁ ଏହା ଦେଶ ପାଇଁ ଗର୍ବ ଏବଂ ଐତିହାସିକ ଦିନ। ଅନେକ ବାଧା ବିଘ୍ନ, ଘାତ ପ୍ରତିଘାତ ପର୍ଯ୍ୟାୟ ଅତିକ୍ରମ କରିଛି ଭାରତୀୟ ପାଣିପାଗ। ୧୮୭୫ ମସିହା ଜାନୁଆରୀ ୧୫ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ବିଭାଗ ଭାରତ ବର୍ଷକୁ ପାଣିପାଗ ସମ୍ପର୍କରେ ସଠିକ୍‌‌ ସୂଚନା ଦେବା ଓ  ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଲୋକଙ୍କୁ ସତର୍କ କରିଥାଏ। କେବେ ବର୍ଷା ହେବ, କେବେ ଲଘୁଚାପ, କେବେ ବାତ୍ୟା ଏବଂ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ। ଏସବୁର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଥାଏ ପାଣିପାଗ ବିଭାଗ। ଆଉ ବିଭାଗର ସଠିକ୍‌‌ ଆକଳନ ଯୋଗୁ ଅନେକ ଧନ ଜୀବନ ରକ୍ଷା ହୋଇପାରିଛି।

ଏହି ୧୫୦ ବର୍ଷ ମଧ୍ୟରେ ଅନେକ ସମୟରେ ପାଣିପାଗର ପ୍ରାକ୍‌‌ ସୂଚନା ଦେଇଛି ଆଇଏମଡି। ଓଡ଼ିଶାରେ ଫନି, ହୁଡହୁଡ, ଫାଇଲିନ୍‌‌, ଅମ୍ଫାନ ଭଳି ବାତ୍ୟାର ସମ୍ମୁଖୀନ ହୋଇଥିଲେ ଲୋକେ। ଏହି ସମୟରେ ସତର୍କ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ। ଏବେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଅଛନ୍ତି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଯିଏକି ଜଣେ ଓଡ଼ିଆ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories