www.samajalive.in
Sunday, December 7, 2025
16.1 C
Bhubaneswar

୪୦ବର୍ଷ ପରେ ପିନ୍ଧିବାକୁ ପଡିବନି ଚଷମା: ଏମିତି ନିଅନ୍ତୁ ଆଖିର ଯତ୍ନ

ବୟସ ବଢିବା ସହିତ ଶରୀରର ଅନ୍ୟ ଅଙ୍ଗ ସହିତ ଆଖିର ଯତ୍ନ ନେବା ନିହାତି ଜରୁରୀ। ଯଦି ଆପଣ ୪୦ବର୍ଷ ଅତିକ୍ରମ କରିସାରିଲେଣି ତେବେ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ।

ବୟସ ବଢିବା ସାଙ୍ଗକୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଘଟିଥାଏ। ବିଶେଷ କରି ଯେତେବେଳେ ଆପଣ ୪୦ବର୍ଷରେ ପ୍ରବେଶ କରୁଛନ୍ତି ସେତେବେଳେ ଅନ୍ୟ ଅଙ୍ଗ ଭଳି ଆଖି ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ଦିନ ଆମେ କରୁଥିବା କିଛି କାର୍ଯ୍ୟ ଆଖିର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଯେଉଁଥିପାଇଁ ଆମେ ଆଖିର ବିଶେଷ ଯତ୍ନ ନେବା ଉଚିତ।

- Advertisement -

ଆଖି ପରୀକ୍ଷା କରିବା: ୪୦ବର୍ଷ ବୟସ ପରେ ଆଖି ଠିକ୍‌‌ ରଖିବା ପାଇଁ ସମୟ ସମୟରେ ପରୀକ୍ଷା କରାଇବା ଜରୁରୀ। ଏହା କରିବା ଦ୍ୱାରା ଆପଣଙ୍କ ଆଖିରେ କିଛି ଅସୁବିଧା ବା ସମସ୍ୟା ଥିଲେ ତାହା ଜାଣିବା ସହ ସଠିକ୍‌‌ ସମୟରେ ଚିକିତ୍ସା କରାଇପାରିବେ।

ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଆନ୍ତୁ: ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌‌ ଏବଂ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏସବୁ ଆପଣଙ୍କ ସ୍ୱାସ୍ଥ୍ୟ ତଥା ଆଖି ପାଇଁ ବେଶ ଉପକାରୀ ଅଟେ। ପ୍ରତ୍ୟେକ ଦିନ ଖାଦ୍ୟରେ ଭିଟାମିନ୍‌‌-ସି, ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ମାଛ, ପାଳଙ୍ଗ ଶାଗ, କମଳା ଜାତୀୟ ଖାଦ୍ୟ ଭରପୁର ଖାଆନ୍ତୁ।

ପାଣି ପିଅନ୍ତୁ: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ଆଖିରେ ଶୁଷ୍କତା ସମସ୍ୟା ଦୂର ହୋଇଥାଏ। ଯାହା ଆଖିକୁ ଆରାମ ଦେଇଥାଏ।

ଧୁମ୍ରପାନ ଛାଡନ୍ତୁ: ସାଧାରଣତଃ ଧୁମ୍ରପାନ ଅନେକ ରୋଗର କାରଣ। ବିଶେଷ କରି ଆଖିର ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା ମୋତିଆବିନ୍ଦୁ, ଅପ୍ଟିକ୍‌‌ ସ୍ନାୟୁ କ୍ଷତି, ଦୃଷ୍ଟି ଶକ୍ତି ହ୍ରାସ ଏବଂ ଅନ୍ଧ ହେବା ଭଳି ସମସ୍ୟା ଦେଖା ଦେଇଥାଏ।

ଏହାସହିତ ଅଫିସ୍‌‌ରେ କମ୍ପ୍ୟୁଟର କାମ କିମ୍ବା କ୍ୟାମେରା ଲାଇଟ୍ସରେ କାମ କରୁଥିଲେ, ସ୍କ୍ରିନ୍‌‌ ଲାଇଟ ଠାରୁ ଦୂରେଇ ରୁହନ୍ତୁ। ଦୀର୍ଘ ସମୟ ଧରି ସ୍କ୍ରିନରେ କାମ କରିବା ଦ୍ୱାରା ଆଖି ଉପରେ ଖରାପ ପ୍ରଭାବ ପଡିଥାଏ। କାମ କଲା ପରେ ପ୍ରତି ଘଣ୍ଟାରେ ୧୦ରୁ ୨୦ ମିନିଟ୍‌‌ ବିରତି ନେଇ କାମ କରନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories