www.samajalive.in
Monday, December 8, 2025
27.1 C
Bhubaneswar

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ଦୁଇ ବାଇକ ଆରୋହୀ ଆହତ

କଟକ: ମକର ସଂକ୍ରାନ୍ତି ଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଥିବାବେଳେ କଟକରେ ଏକ ଅଘଟଣ ଘଟିଛି। ଗୁଡି ସୂତା ଲାଗି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଚାଇନା ଗୁଡି ସୂତା ଲାଗିଯିବାରୁ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ବାଇକରେ ଆସୁଥିବାବେଳେ ବାଲିକୁଦା ଛକରେ ସୂତା ଲାଗିଥିବାର ସୂଚନା ମିଳିଛି।

ଏଥିରେ ଜଣେ ଯୁବକଙ୍କ ବେକରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କ ପାପୁଲି କଟି ରକ୍ତାକ୍ତ ହୋଇଛି। ଆହତ ଦୁଇ ଯୁବକ ନିଆଳି ଅଞ୍ଚଳର ବୋଲି ଜଣାପଡିଛି। ତେବେ ସେମାନେ ବାଇକ୍ ଯୋଗେ କଟକ ଆସୁଥିବାବେଳେ ଏହି ଅଘଟଣ ଘଟିଛି। ଉଭୟ ଆହତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଡି ଉଡା ପାଇଁ ଚାଇନା ସୂଚନା ବ୍ୟାନ୍ ହୋଇଥିବାବେଳେ ଏହା କିପରି ମାର୍କେଟରେ ମିଳୁଛି ଏବଂ ଗୁଡି ଉଡାରେ ବ୍ୟବହାର ହେଉଛି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories