www.samajalive.in
Sunday, December 7, 2025
18.1 C
Bhubaneswar

ନିଜକୁ ମାନସିକ ସ୍ତରରେ ମଜଭୂତ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ସଭିଁଙ୍କ ଜୀବନରେ ଅନେକ ସମସ୍ୟା ଓ ବାଧାବିଘ୍ନ, ଭଲମନ୍ଦ ଲାଗି ରହିଛି। ଏସବୁ ସାମ୍ନା କରିବା ପାଇଁ ମସ୍ତିଷ୍କ ସୁସ୍ଥ ଓ ମାନସିକ ସ୍ତରରେ ମଜଭୂତ ହେବା ନିତାନ୍ତ ଆବଶ୍ୟକ। ମାନସିକ ସ୍ତରରେ ମଜଭୂତ ରହି ସମସ୍ତ ସମସ୍ୟାକୁ ସାମ୍ନା କରିବା ସହ ଏହାକୁ ଦୂର କରି ହୋଇଥାଏ। ଜଟିଳ ପରିସ୍ଥିତିରୁ ମଧ୍ୟ ସହଜରେ ବାହାରି ଆସି ପାରି ଥାଆନ୍ତି। ମାନସିକ ସ୍ତରରେ ମଜଭୂତ ହେବା ପାଇଁ ପରିସ୍ଥିତି ସହ ମୁକାବିଲା କରିବା ପାଇଁ କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ। ଏହି ଅଭ୍ୟାସ ମାନସିକ ସ୍ତରରେ ମଜଭୂତ କରିଥାଏ।
ମାନସିକ ସ୍ତରରେ ମଜଭୂତ ଥିବା ବ୍ୟକ୍ତି ବିଶେଷ ଜୀବନରେ ଆଗକୁ ବଢିବାକୁ ସଫଳ ହୋଇଥାଆନ୍ତି। ସେମାନେ ଦୃଢ ଇଚ୍ଛା ଶକ୍ତି ଦ୍ୱାରା ଆଗକୁ ବଢିବା ସହ ଜୀବନରେ ସଫଳତା ପ୍ରାପ୍ତି ପାଇଁ ଚେଷ୍ଟା ଜାରି ରଖି ଥାଆନ୍ତି। ନିଜକୁ ପ୍ରମାଣିତ ମଧ୍ୟ କରିଥାଆନ୍ତି। ଏଭଳି ବ୍ୟକ୍ତି ବିଶେଷ ସର୍ବଦା ଅତୀତକୁ ଭୁଲି ଜୀବନରେ ଆଗକୁ ବଢିବା ପାଇଁ ଚେଷ୍ଟା ଜାରି ରଖି ଥାଆନ୍ତି।
ପରିବର୍ତ୍ତନକୁ ସ୍ୱୀକାର କରିବା – ପରିବର୍ତ୍ତନକୁ ସ୍ୱୀକାର କରିବାର କ୍ଷମତା ରଖୁଥିବା ବ୍ୟକ୍ତି ଅନ୍ୟ ମାନଙ୍କ ତୁଳନାରେ ମାନସିକ ସ୍ତରରେ ମଜଭୂତ ହୋଇ ଥାଆନ୍ତି। ମାନସିକ ରୂପରେ ମଜଭୂତ ଥିବା ବ୍ୟକ୍ତି ଜୀବନରେ ଆସୁଥିବା ସମସ୍ତ ପରିବର୍ତ୍ତନକୁ ସ୍ୱୀକାର କରିଥାଆନ୍ତି। ପରିବର୍ତ୍ତନକୁ ବିକାଶ ଭାବେ ଦେଖି ଥାଆନ୍ତି।
ସର୍ବଦା ଆଶାବାଦୀ ଓ ସନ୍ତୁଷ୍ଟ ରହିବା ଜଣେ ମାନସିକ ଭାବେ ମଜଭୂତ ରହିବାର ପରିଚୟ ଦେଇଥାଏ। ନକରାତ୍ମକ ଚିନ୍ତା ଓ କଥାରୁ ସର୍ବାଦା ଦୂରେଇ ରୁହନ୍ତୁ। ନଚେତ୍‌‌ ଏଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ପରିସ୍ଥିତିକୁ ଦୃଢତାର ସହ ସାମ୍ନା କରନ୍ତୁ। ଏହାଦ୍ୱାରା ନକରାତ୍ମକ ପରିସ୍ଥିତିକୁ ସ୍ୱୀକାର କରି ପାରିବେ ମାତ୍ର ଏହାର ପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ। ସମସ୍ତ କାର୍ଯ୍ୟରେ ସନ୍ତୋଷ ହେବା ହିଁ ମାନସିକ ସ୍ତରରେ ମଜଭୂତ କରିଥାଏ।
ମାନସିକ ସ୍ତରରେ ମଜଭୂତ ବ୍ୟକ୍ତି ବିଶେଷ ଜଟିଳ ପରିସ୍ଥିତିକୁ ସାମ୍ନା କରି ଥାଆନ୍ତି। ଭାବିଚିନ୍ତି ନିଷ୍ପତ୍ତି ମଧ୍ୟ ନେଇ ଥାଆନ୍ତି। ଏପରି ଅଭ୍ୟାସ ଦ୍ୱାରା ଜୀବନରେ ଆସୁଥିବା ସମସ୍ୟାକୁ ସହଜରେ ଦୂର କରି ପାରନ୍ତି।
ଭବିଷ୍ୟତ ପାଇଁ ସଠିକ୍‌‌ ନିଷ୍ପତ୍ତି ନେବା ସହ ଭାବିଚିନ୍ତି କାମ କରିବା ମାନସିକ ସ୍ତରରେ ମଜଭୂତ ହେବାର ପରିଚୟ ଦେଇଥାଏ। ଏମାନେ ସକ୍ରିୟ ଭାବେ ଭବିଷ୍ୟତ ପାଇଁ ଯୋଜନା କରିଥାଆନ୍ତି। ସମସ୍ୟାକୁ ସାମ୍ନା କରି ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରି ଥାଆନ୍ତି। ଏହାଦ୍ୱାରା ସେମାନେ ଖୁବ ଉନ୍ନତି କରିଥାଆନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories