www.samajalive.in
Monday, December 8, 2025
24.1 C
Bhubaneswar

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ, ୨ ଛାତ୍ରୀ ଗୁରୁତର

ରାୟଗଡ଼ା:ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ଅଘଟଣ ଘଟି ଦୁଇ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୂଆ-ଓ କାର୍ଯ୍ୟକ୍ରମରେ ଠେଲାପେଲା ହେବାରୁ ୨ ଛାତ୍ରୀ ଗୁରୁତର ହୋଇଥିଲେ। ଜଣେ ଛାତ୍ରୀ ଗରମ ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଥିବାବେଳେ ଆଉ ଜଣେ ଛାତ୍ରୀ ମଧ୍ୟ ଠେଲାପେଲାରେ ଅସୁସ୍ଥ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଜିଆଇଏସିଆର କଲେଜ ଖେଳ ପଡ଼ିଆରେ କାର୍ଯ୍ୟକ୍ରମବେଳେ ଅଘଟଣ ଘଟିଥିଲା। ଯଥେଷ୍ଟ ଖାଦ୍ୟ ନ ଥିବାରୁ ଖାଇବାକୁ ଠେଲାପେଲା ଘଟିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ରାୟଗଡାରେ ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଥିଲା। ଖାଇବାକୁ ନପାଇ ଠେଲାପେଲାରେ ଦୁଇ ଛାତ୍ରୀ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ସିଡିଏମଓ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାୟଗଡା ବାଳିକା ମହାବିଦ୍ୟାଳୟର ଦୁଇ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମରେ ରୋଷେଇ ନିମନ୍ତେ ବ୍ୟବହାର ହୋଇଥିବା ତେଲ କଡେଇରୁ ତେଲ ପଡି ଗୁରୁତର ହୋଇଥିବା ଜଣାଯାଇଛି । ଅନ୍ୟ ଛାତ୍ରୀ ଖାଇବାକୁ ନପାଇ ଗୁରୁତର ହୋଇ ଜିଲଶ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କୁ କଲେଜର କିଛି ଏନସିସି ଛାତ୍ରୀ ଆଣି ମେଡିକାଲରେ ଭର୍ତ୍ତି କରିଛନ୍ତି। ପରବର୍ତ୍ତୀ ସମୟରେ ରାୟଗଡ଼ା ତହସିଲଦାର ଓ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ ମେଡିକାଲରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories