ଚାକିରୀ ଦେବା ନାଁରେ ଠକେଇ: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଇଓଡବ୍ଲୁକୁ ବଡ ସଫଳତା ମିଳିଛି । ଚାକିରୀ ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ବୁଧବାର ୩ ଠକଙ୍କୁ ଇଓଡବ୍ଲୁ ଗିରଫ କରିଛି। ଏମାନେ ପାନ୍ ଇଣ୍ଡିଆ ନାଁରେ ଥିବା ଏକ ଜାଲ ରାକେଟରେ ରହି କାମ କରୁଥିଲେ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହାଇଦ୍ରାବାଦର ହୋଇଥିବାବେଳେ​‌ ଅନ୍ୟ ଜଣେ ଓଡିଶାର ହୋଇଥିବା ଜଣାପଡିଛି।

ଅଭିଯୁକ୍ତମାନେ ହେଲେ ହାଇଦ୍ରାବାଦର ମହମ୍ମଦ ସାନୁଲ୍ଲା ଓ ସାକ୍ଷୀ ଜୈନ ଏବଂ ବାଲେଶ୍ବରର ସୁରତ ଦଳେଇ। ଏମାନେ ମଧ୍ୟପ୍ରଦେଶ, ଜମ୍ମୁ ଏବଂ କଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ସକ୍ରିୟ ଥିଲେ। ଏମାନେ ଅଧିକାଂଶ ସମୟରେ ଏଟିଏମରୁ ଟଙ୍କା ଉଠାଉଥିବା ନେଇ ସୂଚନା ମିଳିଛି।

Comments are closed.