www.samajalive.in
Tuesday, December 9, 2025
17.1 C
Bhubaneswar

୫ଟି ଅଧ୍ୟକ୍ଷଙ୍କ ଖୋର୍ଦ୍ଧା ଗସ୍ତ: ରଣପୁର ଜଗନ୍ନାଥ ମନ୍ଦିର ପାଇଁ ୪କୋଟି ୬୦ଲକ୍ଷ ମଞ୍ଜୁର

ଖୋର୍ଦ୍ଧା: ଜିଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ୬ସୂତ୍ରୀ ମନ୍ତ୍ର ଦେଇ ୫ଟି ଅଧ୍ୟକ୍ଷ କହିଛନ୍ତି ଜୀବନରେ ସଫଳତା ପାଇବାକୁ ହେଲେ ସୁସ୍ଥ ଶରୀର, ଶାରୀରିକ ପରିଶ୍ରମ, ଯୋଗ କରିବା ଏବଂ ବାପା ମାଙ୍କ କଥା ମାନିବା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ଦିନ ୧୫ମିନିଟ ଯୋଗ ଏବଂ ୧୪ଘଣ୍ଟା ପରିଶ୍ରମ କରିବାକୁ ପଡିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାପରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବାଣପୁର ଯାଇ ମା ଭଜବତୀଙ୍କ ଦର୍ଶନ କରି ପଲଟଣ ପଡିଆରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଅପରାହ୍ନରେ ରଣପୁର ଗସ୍ତ କରି ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ରଣପୁର ଜଗନ୍ନାଥ ମନ୍ଦିର ପାଇଁ ୪କୋଟି ୬୦ଲକ୍ଷ ମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି। ଏହାସହିତ ରଣପୁର ଡିଗ୍ରୀ କଲେଜ ରୂପାନ୍ତରଣ ପାଇଁ ୧କୋଟି ମଞ୍ଜୁର ହୋଇଥିବା ୫ଟି ଅଧ୍ୟକ୍ଷ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories