www.samajalive.in
Tuesday, December 9, 2025
16.1 C
Bhubaneswar

ଅଯୋଧ୍ୟା : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଭୋଗ ଲାଗିବ ୧୫୧ ବନାରସୀ ପାନ

ଲଖନଉ : ୨୦୨୪ ବର୍ଷର ପ୍ରଥମ ମାସ ଐତିହାସିକ ହେବାକୁ ଯାଉଛି। ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଳନ କରାଯିବ। ଏଥିପାଇଁ ସରକାର ଓ ପ୍ରଶାସନ ଅନେକ ସମୟରୁ ପ୍ରସ୍ତୁତି ଜାରି ରଖିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନେକ ବିଧି ବିଧାନରେ କରାଯିବ। ଭଗବାନ ଶ୍ରୀରାମଙ୍କୁ ୫୬ ପ୍ରକାରର ଭୋଗ ଅର୍ପଣ କରାଯିବ। ଏସବୁ ମଧ୍ୟରେ ପାନ ମଧ୍ୟ ରହିଛି। ପ୍ରଭୁଙ୍କ ନିକଟରେ ୧୫୧ ପାନର ଭୋଗ ଅର୍ପଣ କରାଯିବ।
କ’ଣ ରହିଛି ପୂଜାରେ ପାନର ମହତ୍ତ୍ୱ..
ହିନ୍ଦୁ ଧର୍ମରେ ପୂଜା ପାଇଁ ବିଭିନ୍ନ ପ୍ରକାର ଜିନିଷର ବ୍ୟବହାର କରାଯାଏ। ମାନ୍ୟତା ଅନୁଯାୟୀ, ପାନପତ୍ର ବିନା କୌଣସି ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଅସୁର ପୂଜାରେ ପାନ ପତ୍ରର ବ୍ୟବହାର କରିଥିଲେ। ଏହି କାରଣରୁ ପ୍ରତ୍ୟେକ ପୂଜାରେ ପାନପତ୍ରର ବ୍ୟବହାର ହୋଇଥାଏ। ପାନ ପତ୍ରରେ ମା’ଲକ୍ଷ୍ମୀ, ଭଗବାନ ବିଷ୍ଣୁଙ୍କ ସହ ଅନ୍ୟ ଦେବାଦେବୀ ମଧ୍ୟ ବାସ କରି ଥାଆନ୍ତି।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଭଗବାନଙ୍କୁ ୧୫୧ ବନାରସର ସ୍ୱତନ୍ତ୍ର ପାନର ଭୋଗ ଅର୍ପଣ କରାଯିବ। ୧୫୧ ପାନ ବ୍ୟତୀତ ହଜାର ପାନର ଅର୍ଡର ଦିଆଯାଇଛି। ଯାହାକୁ ଭକ୍ତଙ୍କୁ ପ୍ରସାଦ ଭାବେ ବଣ୍ଟା ଯିବ। ଭୋଗ ପାଇଁ ପାନ ବନାରସର ରିଙ୍କୁ ଚୌରାସିୟା ଦ୍ୱାରା ପ୍ରସ୍ତୁତ ହେବ। କୁହାଯାଉଛି, ତାଙ୍କର ଦୁଇ ପିଢି ଶ୍ରୀରାମଙ୍କ ପାଇଁ ବହୁ ସମୟ ପୂର୍ବରୁ ପାନ ଭୋଗ ପଠାଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories