www.samajalive.in
Sunday, December 7, 2025
26.1 C
Bhubaneswar

ଚାଞ୍ଚଲ୍ୟ ; ପୁଅକୁ ହତ୍ୟା କରି ମୃତଦେହ ନେଇ ଗୋଆରୁ କର୍ଣ୍ଣାଟକ ଆସିଲା ମାଆ

ନୂଆଦିଲ୍ଲୀ : ଗୋଆରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ମାଆ ନିଜ ପୁଅକୁ ହତ୍ୟା କରି ଲଗେଜ୍‌‌ ବ୍ୟାଗରେ ଭର୍ତ୍ତି କରି ଗୋଆରୁ କର୍ଣ୍ଣାଟକ ଆସିବା ଘଟଣା ହଇଚଇ ସୃଷ୍ଟି କରିଛି। ଅଭିଯୁକ୍ତ ମାଆ ଗୋଆରେ ହତ୍ୟା କରି କର୍ଣ୍ଣାଟକରେ ଧରାପଡିଛି। ଉକ୍ତ ମହିଳାକୁ ପୁଣି ଗୋଆ ପୁଲିସ ନେଇ ପଚରାଉଚରା କରୁଛି। ସ୍ୱାମୀ ସହ ଝଗଡା ପାଇଁ ୪ ବର୍ଷୀୟ ପୁଅକୁ ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହୋଟେଲରେ ରହିବା ସମୟରେ ଗୋଆରେ ହତ୍ୟା କରିଛି। ଏହାପରେ ମୃତଦେହକୁ ଲଗେଜ ବ୍ୟାଗରେ ରଖି ଏକ ଟ୍ୟାକ୍ସି ଯୋଗେ କର୍ଣ୍ଣାଟକରେ ପହଞ୍ଚିଥିଲା। ଉକ୍ତ ମହିଳା ଏକ କମ୍ପାନୀର ସିଇଓ ଅଟନ୍ତି।
ସୂଚନାନୁଯାୟୀ, ୩୯ ବର୍ଷୀୟ ଏହି ମହିଳା ବେଙ୍ଗାଲୁରୁରେ ଏକ ନୂଆକରି ଆରମ୍ଭ ହୋଇଥିବା ଏକ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରନ୍ତି। ଗୋଆରେ ଏକ ହୋଟେଲରେ ରହିବା ସମୟରେ ନିଜ ପୁଅକୁ ହତ୍ୟା କରି ଏକ ବ୍ୟାଗ୍‌‌ରେ ଭର୍ତ୍ତି କରିଥିଲା। ହୋଟେଲରୁ ଯିବା ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କ ସନ୍ଦେହ ପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମହିଳା ଜଣଙ୍କ ଧରାପଡିବା ପରେ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହ ସେ ଯାତ୍ରା କରିଥିବା ଟ୍ୟାକ୍ସି ବିଷୟରେ କହିଥିଲେ। ଏହାପରେ ଉକ୍ତ ଗାଡିର ଚାଳକ ପୁଲିସ କଥା ମାନି ଥାନାକୁ ଟ୍ୟାକ୍ସି ଆଣିଥିଲା। ଯାଞ୍ଚ ପରେ ବ୍ୟାଗ୍‌‌ରୁ ମୃତଦେହ ମିଳିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories