www.samajalive.in
Sunday, December 7, 2025
14.1 C
Bhubaneswar

ଅଯୋଧ୍ୟା ଯାଉଛି ୧୦୮ ଫୁଟ୍‌‌ ଲମ୍ବ ବିଶିଷ୍ଟ ଅଗରବତୀ ; ଦେଢ ମାସ ବାସ୍ନାରେ ମହକାଇବ

ଲଖନଉ : ଉତ୍ତରପ୍ରଦେଶର ଅଯୋଧ୍ୟା ଧାମରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ୨୨ ଜାନୁଆରୀରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସାରା ଦେଶରେ ଉଲ୍ଲାସ ଦେଖାଦେଇଛି। ସଭିଏଁ ଏହି ଦିନକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଉପହାର ନେଇ ପହଞ୍ଚୁଛନ୍ତି। ଏହା ମଧ୍ୟରେ ଗୁଜରାଟର ଭଦୋଦରାରୁ ୧୦୮ ଫୁଟ୍‌‌ ଲମ୍ବ ବିଶିଷ୍ଟ ଅଗରବତୀ ଅଯୋଧ୍ୟାକୁ ନିଆଯାଉଛି।
ଅଗରବତୀର ଶୋଭାଯାତ୍ରା ସୋମବାର ସକାଳେ ରାଜସ୍ଥାନର ଭରତପୁରରେ ପହଞ୍ଚିଛି। ଏଠାରୁ ଆଗ୍ରାର ଫତେପୁର ସିକରି ପହଞ୍ଚିଛି। ଏଠାରେ ରାମ ଭକ୍ତ ଅଗରବତୀର ଦର୍ଶନ କରି ଫୁଲମାଳା ଅର୍ପଣ କରିଛନ୍ତି। ସମଗ୍ର ଅଞ୍ଚଳରେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଛି। ଅଗରବତୀ ଶୋଭାଯାତ୍ରା ମଧ୍ୟାହ୍ନ ୧୨ଟାରେ ଫତେପୁର ସିକରୀର ସୀମାରେ ପ୍ରବେଶ କରିଥିଲା। ଏଠାରେ ଶ୍ରଦ୍ଧାଳୁ ଏହାକୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି।
ସୂଚନା ଅନୁଯାୟୀ, ୩୬୧୦ କିଲୋ ଓଜନର ୧୦୮ ଫୁଟ୍‌‌ ଲମ୍ବ ବିଶିଷ୍ଟ ଏହି ଅଗରବତୀ ଗୁଜରାଟରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିଆଯାଉଛି।
ଏହି ଅଗରବତୀକୁ ଗୁଜରାଟର ଭଦୋଦରାରେ ତିଆରି କରାଯାଇଛି। ଏହାକୁ ପ୍ରସ୍ତୁତ କରିବାକୁ ୬ ମାସ ସମୟ ଲାଗିଛି। ଏଥିରେ ଅନେକ ପ୍ରକାର ଜଡିବୁଟ୍ଟୀ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଛି। ଯାହା ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ୫୦ କିଲୋମିଟର କ୍ଷେତ୍ର ପର୍ଯ୍ୟନ୍ତ ନିଜ ବାସ୍ନାରେ ମହକାଇବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories