www.samajalive.in
Wednesday, December 10, 2025
26.1 C
Bhubaneswar

ପାକିସ୍ତାନ-ମାଲେସିଆ ମ୍ୟାଚ୍‍ ୧-୧ରେ ଡ୍ର

ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍‍ରେ ପୁଲ୍‍ ‘ଡି’ରେ ବୁଧବାର ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଲିଗ୍‍ ମ୍ୟାଚ୍‍ ୧-୧ ଗୋଲ୍‍ରେ ଶେଷହୋଇଛି। କଳିଙ୍ଗ ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ଏହି ମ୍ୟାଚ୍‍ରେ ୪ ଥର ବିଶ୍ୱ ଚମ୍ପିଆନ୍‍ ପାକିସ୍ତାନ ୫୧ ମିନିଟରେ ଗୋଲ୍‍ଦେଇ ଆଗୁଆ ହୋଇଥିଲା। ତେବେ ମାଲେସିଆ ୫୬ ମିନିଟରେ ଫୈଜଲ ସାରିଙ୍କ ଜରିଆରେ ଗୋଲ୍‍ ସୁଝାଇ ଦେଇଥିଲେ। ଉଭୟ ଦଳ ପ୍ରଥମ ମ୍ୟାଚ୍‍ରେ ପରାସ୍ତ ହୋଇଥିବା ବେଳେ ଏହି ଡ୍ର’ରୁ ୧ ପଏଣ୍ଟ ଲେଖାଏଁ ପାଇ ଖାତା ଖୋଲିଛନ୍ତି। ଟୁର୍ଣ୍ଣାମେଣ୍ଟରେ ବଜାୟ ରହିବା ପାଇଁ ଉଭୟ ପାକିସ୍ତାନ ଓ ମାଲେସିଆକୁ ସେମାନଙ୍କ ଅନ୍ତିମ ମ୍ୟାଚ୍‍ ଜିତିବାକୁ ପଡ଼ିବ।
ଉଭୟ ପାକିସ୍ତାନ ଓ ମାଲେସିଆ ପ୍ରଥମ ମ୍ୟାଚ୍‍ରେ ପରାସ୍ତ ହୋଇଥିବାରୁ ଦୁହେଁ ପ୍ରଥମ ବିଜୟ ସନ୍ଧାନରେ ଥିଲେ। ମାଲେସିଆର ବିଶ୍ୱ ମାନ୍ୟତା ୧୨ ଥିବା ବେଳେ ପାକିସ୍ତାନର ବିଶ୍ୱ ମାନ୍ୟତା ୧୩ ଥିଲା। ଏହିପରି ପ୍ରଥମାର୍ଦ୍ଧରେ ଉଭୟ ଦଳଙ୍କ ପ୍ରଦର୍ଶନରେ ମଧ୍ୟ ବହୁତ କମ୍‍ ଫରକ ଦେଖିବାକୁ ମିଳିଥିଲା। ୨ୟ ମିନିଟରେ ପାକିସ୍ତାନର ଅଲୀ ସାନ୍‍ ପ୍ରତିପକ୍ଷ ଗୋଲ୍‍ପୋଷ୍ଟ ଉପରେ ପ୍ରଥମ ଆକ୍ରମଣ କରିଥିଲେ। ୪ ମିନିଟରେ ମାଲେସିଆ ୨ଟି ପେନାଲ୍‍ଟି କର୍ଣ୍ଣର ପାଇଥିଲେ ହେଁ ପ୍ରଥମକୁ ପାକିସ୍ତାନୀ ରକ୍ଷାପନ୍ଥୀ ଏବଂ ୨ୟକୁ ପାକିସ୍ତାନର ଗୋଲ୍‍ରକ୍ଷକ ଇମ୍ରାନ୍‍ ବଟ୍ଟ୍‍ ବେକାର କରି ଦେଇଥିଲେ। ୯ ମିନିଟରେ ପେନାଲ୍‍ଟି କର୍ଣ୍ଣରରୁ ରାଜି ରହିମ୍‍ ହିଟ୍‍ ମାରିଥିଲେ ହେଁ ଇମ୍ରାନ୍‍ ବଟ୍ଟ୍‍ ପୁଣି ଏହାକୁ ରୋକି ଦେଇଥିଲେ। ୧୨ ମିନିଟରେ ପାକିସ୍ତାନର ତସାୱର ଆବାସ୍‍ ମାଲେସିଆ ଗୋଲ୍‍ପୋଷ୍ଟକୁ ଏକ ରିଭର୍ସ ହିଟ୍‍ ମାରିଥିଲେ ହେଁ ଗୋଲ୍‍ରକ୍ଷକ କୁମାର ସୁବ୍ରମଣ୍ୟମ୍‍ ଏହାକୁ ବାହାର କରି ଦେଇଥିଲେ। ଏହିପରି ପ୍ରଥମ କ୍ୱାର୍ଟର ଗୋଲ୍‍ଶୂନ୍ୟ ରହିଥିଲା। ସେହିପରି ମଧ୍ୟାନ୍ତର ପର୍ଯ୍ୟନ୍ତ ଗୋଲଶୂନ୍ୟ ରହିଥିଲା।
୫୧ ମିନିଟରେ ଗୋଲ୍‍ ଦେଇଥିଲା ପାକିସ୍ତାନ। ଅଧିନାୟକ ମହମ୍ମଦ ରିଜ୍‍ୱାନ ସିନିୟରଙ୍କଠାରୁ ପାସ୍‍ ପାଇ ମହମ୍ମଦ୍‍ ଆତିକ୍‍ ହିଟ୍‍ମାରି ଏହି ଗୋଲ୍‍ଟି ଦେଇଥିଲେ। ୫୫ ମିନିଟରେ ମାଲେସିଆ ଗୋଲ୍‍ ସୁଝାଇ ଦେଇଥିଲା। ମାଲେସିଆକୁ ମିଳିଥିବା ପେନାଲ୍‍ଟି କର୍ଣ୍ଣରରୁ ଅଭିଜ୍ଞ ଖେଳାଳି ଫୈଜଲ ସାରି ଗୋଲ୍‍ ଦେଇଥିଲେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories