www.samajalive.in
Wednesday, December 10, 2025
26.1 C
Bhubaneswar

ଫୋର୍ବସ ଇଣ୍ଡିଆ ସର୍ବାଧିକ ଆୟ ତାଲିକାର ଶୀର୍ଷ ପାଞ୍ଚଜଣଙ୍କ ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକନ!

ନୂଆଦିଲ୍ଲୀ . –  ଭାରତ ସର୍ବାଧିକ ରୋଜଗାର କରୁଥିବା  ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଶୀର୍ଷ ୫ ଜଣଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକନ ସ୍ଥାନ ପାଇଛନ୍ତି । ଫୋର୍ବସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ତାଲିକାର ଶୀର୍ଷ ୫ ଜଣଙ୍କ ମଧ୍ୟରେ ଦୀପିକାଙ୍କ ନାମ ସ୍ଥାନ ପାଇଛି । ପ୍ରଥମ ମହିଳାଭାବେ ଦୀପିକାଙ୍କ ନାମ ଏଥିରେ ସ୍ଥାନ ପାଇଛି । ଦୀପିକା ଏହାର ଚତୁର୍ଥସ୍ଥାନରେ ଅଛନ୍ତି ।  ଚଳିତଥର ତାଲିକାରେ ୧୮ ଜଣ ମହିଳା ସ୍ଥାନ ପାଇଛନ୍ତି । ଦୀପିକା ୧୧୨.୮ କୋଟି ଟଙ୍କା ଆୟ କରିଥିବା ଏଥିରେ ଦର୍ଶାଯାଇଛି । ଏହି ତାଲିକାରେ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରାଙ୍କ ନାମ ବି ରହିଛି ।

ପ୍ରତିଷ୍ଠିତ ବ୍ୟକ୍ତି ବା ସେଲିବ୍ରେଟିଙ୍କର ଆୟ ତାଲିକାର ଅଷ୍ଟମସ୍ଥାନରେ ଦୀପିକାଙ୍କର ସ୍ୱାମୀ ରଣବୀର ସିଂ ଅଛନ୍ତି । ତାଙ୍କର ଆୟ ୮୪.୬୭ କୋଟି ଟଙ୍କା ରହିଛି । ସେହିପରି ଅଜୟଦେବଗନ ଏହାର ଦଶମ ସ୍ଥାନରେ ରହିଛନ୍ତି । ତାଙ୍କର ଆୟ ୭୪.୫ କୋଟି ଟଙ୍କା । ଶ୍ରେଷ୍ଠ ୧୦୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଆୟ ତାଲିକାରେ ଅନୁଷ୍କା ଶର୍ମା, କାଟ୍ରିନା କୈଫ, ପିଭି ସିନ୍ଧୁ ଓ ସାଇନା ନେହଓ୍ୱାଲ୍‌ ସ୍ଥାନ ପାଇଛନ୍ତି ।

- Advertisement -

ତୃତୀୟଥର ପାଇଁ ସଲମାନ ଖାନ ଶ୍ରେଷ୍ଠସ୍ଥାନ ବଜାୟ ରଖିଛନ୍ତି ।  ସଲମାନଙ୍କ ଆୟ ୨୫୩.୨୫ କୋଟି ଟଙ୍କା ରହିଛି  । ବିରାଟ କୋହଲୀ ଦ୍ୱିତୀୟସ୍ଥାନରେ ରହିଛନ୍ତି ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories