www.samajalive.in
Monday, December 8, 2025
24.1 C
Bhubaneswar

ହାଇଟେକ୍‌‌ ହସ୍ପିଟାଲରେ ବିସ୍ଫୋରଣ ଘଟଣା ; ଦିଲ୍ଲୀପ ଜୀବିତ ନା ମୃତ!

ଭୁବନେଶ୍ୱର : ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍‌‌ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଶୁକ୍ରବାର ନୂଆ ଟ୍ୱିଷ୍ଟ୍‌‌ ସାମ୍ନାକୁ ଆସିଛି। ହାଇଟେକରେ ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ ନେଇଛି। ମୃତକଙ୍କୁ ନେଇ ଏକ ବଡ ଟ୍ୱିଷ୍ଟ୍‌‌ ସାମ୍ନାକୁ ଆସିଛି। ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ। ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌‌ଏ ଟେଷ୍ଟ କରାଯିବ। ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି।
ଶୁକ୍ରବାର ହାଇଟେକ୍‌‌ ମେଡିକାଲ୍‌‌ ବିସ୍ଫୋରଣ ଘଟଣାରେ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଛି।
ଦିଲ୍ଲୀପଙ୍କ ପରିବାର ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି। ୩୦ ତାରିଖରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାଁ ଦିଲ୍ଲୀପ ବୋଲି କୁହାଯାଉଥିଲା।

ସୂଚନା ଯୋଗ୍ୟ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏସିରେ ଗ୍ୟାସ୍‌ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ୪ ଗୁରୁତରଙ୍କ ମଧ୍ୟରୁ ଦିଲ୍ଲୀପ କୁମାର ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଥିଲା।ସେହି ଦୁଃଖକୁ ସହି ନପାରି ସୋମବାର ଆତ୍ମହତ୍ୟା କରିଥିଲେ ପତ୍ନୀ। ମୃତ ମହିଳାଙ୍କ ନାଁ ସୌମ୍ୟାଶ୍ରୀ ଜେନା(୨୪) ।ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ପତ୍ନୀ ସୌମ୍ୟାଶ୍ରୀଙ୍କୁ ତାଙ୍କ ବାପଘର ଲୋକେ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧିନଗରସ୍ଥିତ ତାଙ୍କ ଘରକୁ ନେଇଯାଇଥିଲେ। ତେବେ ସୋମବାର ବାପଘରେ ସୌମ୍ୟାଶ୍ରୀ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ଦୁଇ ବର୍ଷ ତଳେ ଦିଲ୍ଲୀପ ଓ ସୌମ୍ୟାଶ୍ରୀଙ୍କର ବିବାହ ହୋଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories