ଆୟାପା ସ୍ବାମୀଙ୍କ ଆମ୍ବଲାମ ସହ ପୂର୍ଣ୍ଣକୁମ୍ଭ ପୂଜା ଅନୁଷ୍ଠିତ
ପଦ୍ମପୁର : ପଦ୍ମପୁର ଆୟାପା ଭକ୍ତଙ୍କ ପକ୍ଷରୁ ନୀଳକଣ୍ଠଶ୍ୱର ମନ୍ଦିରଠାରେ ପୂର୍ଣ୍ଣକୁମ୍ଭ ପୂଜା ଆୟୋଜନ କରାଯାଇଛି। ବୁଧବାର ସନ୍ଧ୍ୟା ୭ଟାରେ ପଦ୍ମପୁର ସ୍ଥିତ ନୀଳକଣ୍ଠଶ୍ୱର ମନ୍ଦିର ନିକଟସ୍ଥ ଆୟାପା ସାନିଦାନମ ନିକଟରେ ସମସ୍ତ ଆୟାପା ଦୀକ୍ଷାଧାରୀ ସ୍ବାମୀମାନେ ଯୋଗ ଦେଇ ପୂର୍ଣ୍ଣକୁମ୍ଭ ପୂଜା କରିଥିଲେ।। ସନ୍ଧ୍ୟା ୮ଟା ୩୦ରେ ଆମ୍ବଲାମ ପୂଜା ସହ ଆୟାପ ସ୍ଵାମୀଙ୍କ ବିଗ୍ରହକୁ ଅଭେଷେକ ର ଆୟୋଜନ କରାଯାଇଥିଲା । ସ୍ବାମୀମାନେ ଆୟାପଙ୍କ ଭଜନ କୀର୍ତ୍ତନ ଗାନକରିଥିଲେ। ରାତ୍ର ୧୧ଟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ସମସ୍ତ ପୂଜାକାର୍ଯ୍ୟ ପଦ୍ମପୁର ସାନିଦାନମର ମୁଖ୍ୟ ଗୁରୁ ସ୍ୱାମୀ ବୁଜି ଗୁରୁ ସ୍ୱାମୀ ସମ୍ପାଦନ କରିଥିବା ବେଳେ ରାବଣା ଗୁରୁସ୍ୱାମୀ, ଅରୁଣ ଗୁରୁସ୍ୱାମୀ, ଗଣପତି ଗୁରୁ ସ୍ୱାମୀ, ଡମ୍ବ ଗୁରୁ ସ୍ୱାମୀ, ସନ୍ତୋଷ, ନରସିଙ୍ଗ, ପିଙ୍କୁ ସ୍ବାମୀ ସମେତ ବହୁ ସ୍ୱାମୀ ମାନେ ସହଯୋଗ କରିଥିଲେ । ଆଜିର ଏହି ପୂଜା ପରେ ୪୧ ଦିନରୁ ଉର୍ଦ୍ଧ ଦିନ ଧରି ମାନସିକ କରିଥିବା ଆୟାପ୍ସା ବ୍ରତଧାରୀମାନେ ଆସନ୍ତା ୮ ତାରିଖ ଦିନ ଇରୀମୁଡ଼ି ଧରି ଶବରମଲେଇ ଅଭିମୁଖେ ପାମ୍ବା ନଦୀରେ ସ୍ନାନ କରିବା ପାଇଁ ବାହାରି ପଡିବେ ବୋଲି ଗୁରୁ ସ୍ୱାମୀ ସୂଚନା ଦେଇଥିଲେ।
Comments are closed.