www.samajalive.in
Sunday, December 7, 2025
16.1 C
Bhubaneswar

ସଡ଼କ ସୁରକ୍ଷା ଆଇନର ଖୋଲା ଉଲ୍ଲଂଘନ; ରାଜ୍ୟରାଜପଥ ପାଲଟିଛି ପାର୍କିଂ ଜୋନ୍

ରେଙ୍ଗାଲି: ସରକାର ସଡ଼କ ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ଦେଉଛନ୍ତି। ବର୍ଷର ବିଭିନ୍ନ ସମୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବା ସହିତ ଏ ସଂକ୍ରାନ୍ତରେ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତେବେ ବିଡମ୍ବନାର ବିଷୟ ଯେ, ସଡ଼କ ସୁରକ୍ଷା ପାଇଁ ଏତେ ସବୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସତ୍ତ୍ବେ ଆଇନକୁ ଆଖିଠାର ମାରି ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟରାଜପଥ କଳକାରଖାନା ପାର୍କିଂ ଜୋନ୍ ପାଲଟିଛି। ସ୍ପଷ୍ଟ ଦିବାଲୋକରେ ସଡ଼କ ସୁରକ୍ଷା ଆଇନର ଉଲ୍ଲଂଘନ ହେଉଥିଲେ ମଧ୍ୟ ପ୍ରଶାସନ ଧ୍ରୁତରାଷ୍ଟ୍ର ସାଜି ନୀରବ ରହୁଛି। ରେଙ୍ଗାଲି ଶିଳ୍ପାଞ୍ଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଏହି ରାସ୍ତାର ପଣ୍ଡଲୋଇସ୍ଥିତ ଶ୍ୟାମ୍ ମେଟାଲିକ୍ସ ଅଞ୍ଚଳ ଏବଂ ଖିଣ୍ଡା ଛକରୁ ଲପଙ୍ଗା ଓ ଠେଲକୋଲୋଇ ପର୍ଯ୍ୟନ୍ତ ରାସ୍ତା କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନମାନଙ୍କ ପାର୍କିଂ ଜୋନ୍ ପାଲଟିଛି।

ଠିକ୍ ସେହିପରି ଜେଏସଡ୍ଳ୍ୟୁ-ଭୂଷଣ କମ୍ପାନୀକୁ ଆସୁଥିବା ଭାରିଯାନ ମଧ୍ୟ ଘଣ୍ଟା ଘଣ୍ଟା ଧରି ଦୈନନ୍ଦିନ ରାସ୍ତା ଅକ୍ତିଆର କଲା ଭଳି ସ୍ଥିତିରେ ଲମ୍ବା ଧାଡି ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବାର ଅନେକ ନଜିର୍ ରହିଛି। କଳକାରଖାନା ଓ ଖଣି କମ୍ପାନୀ ନିଜସ୍ବ ପାର୍କିଂ ଜୋନ୍ ନିର୍ମାଣ କରି ସେଠାରେ କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନ ଛିଡାକରୁ ବୋଲି ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କଠାରେ ଦାବୀ କରିବା ସହିତ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସାଧାରଣ ଜନତା ଟ୍ରାଫିକ ଆଇନ୍ ଉଲ୍ଲଂଘନ କଲେ ନୋ ପାର୍କିଂ ଜୋନରେ ଗାଡି ପାର୍କିଂ କଲେ କଡାଗଣ୍ଡା ଜୋରିମାନା ଆଦାୟ କରାଯାଉଛି। ମାମଲା ରୁଜୁ ହେଉଛି। କିନ୍ତୁ କର୍ପୋରେଟ୍ ସଂସ୍ଥାକୁ ଆସୁଥିବା ଭାରିଯାନ ସର୍ବସାଧାରଣଙ୍କ ଯାତାୟତ ପାଇଁ ଉଦ୍ଦିଷ୍ଟ ରାସ୍ତାକୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରୁଥିଲେ ମଧ୍ୟ ତଥା କଥିତ ଆଇନ ଓ ବିଭାଗୀୟ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେଉଛି। ଆଇନର ଖୋଲା ଉଲ୍ଲଂଘନ ସତ୍ବେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ୧୦ ନମ୍ବର ରାଜ୍ୟରାଜପଥର ରେଙ୍ଗାଲି ଅଞ୍ଚଳ ଶିଳ୍ପାନୁଷ୍ଠାନର ପାର୍କିଂ ଜୋନ୍ ନୁହେଁ ତ ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories