www.samajalive.in
Thursday, December 11, 2025
15.1 C
Bhubaneswar

ଘରେ ଅଟା ଖାଲି ହେଲେ ଲାଗି ରହିବ ଧନର ଅଭାବ..

ରୋଷେଇ ଘର ସଭିଁଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ତେବେ ରୋଷେଇ ଘର ସହ ଜଡିତ କିଛି ବାସ୍ତୁ ନିୟମ ରହିଛି। ଏହାକୁ ପାଳନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ରୋଷେଇ ଘରେ ଏଭଳି କେତେକ ଜିନିଷ ରହିଛି, ଯାହାକୁ ଶେଷ ହେବାକୁ ଆଦୌ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଧନର ଅଭାବ ହୋଇଥାଏ। ଜାଣନ୍ତୁ..

ପ୍ରତ୍ୟେକଙ୍କ ଘରେ ଅଟା ଭର୍ତ୍ତି ଏକ ଡବା ନିଶ୍ଚୟ ଥିବ। କିଛି ଲୋକଙ୍କର ଅଭ୍ୟାସ ଅଟା ଡବା ସମ୍ପୂର୍ଣ୍ଣ ଭାବେ ଖାଲି ହୋଇଗଲେ କିଣନ୍ତି। ମାତ୍ର ବାସ୍ତୁ ଅନୁଯାୟୀ, ଏଭଳି କରିବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ସହ ଧନହାନୀ ହୋଇଥାଏ।

- Advertisement -

ସେହିପରି ଚାଉଳ ଭୋଜନର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ରୋଷେଇ ଘରେ ଚାଉଳ କଦାପି ଶେଷ ହେବାକୁ ଦିଅନ୍ତୁ ନାହିଁ। ଚାଉଳ ଶେଷ ହେବା ଦ୍ୱାରା ଶୁକ୍ର ଦୋଷର ସାମ୍ନା କରିବାକୁ ପଡିଥାଏ। ସୁଖସମୃଦ୍ଧି,ଐଶ୍ୱର୍ଯ୍ୟ ଦୂରେଇ ଯାଏ।

ହଳଦୀ ବ୍ୟଞ୍ଜନରେ ବ୍ୟବହୃତ ହେଉଥିବା ମସଲା ମଧ୍ୟରୁ ଗୋଟିଏ। ବାସ୍ତୁ ଅନୁଯାୟୀ ରୋଷେଇ ଘରୁ ହଳଦୀକୁ କଦାପି ଶେଷ ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ବ୍ୟକ୍ତିଙ୍କୁ ଗୁରୁଦୋଷର ସାମ୍ନା କରିବାକୁ ପଡିଥାଏ। ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇଥାଏ।

ଏହାସହ ହଳଦୀକୁ କଦାପି ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ କିମ୍ବା ଅନ୍ୟ ଠାରୁ ମାଗି କରି ଆଣନ୍ତୁ ନାହିଁ। ଏହାଦ୍ୱାରା କର୍ମକ୍ଷେତ୍ରରେ ଅସଫଳତା ମିଳିଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories