ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ; ନିମ୍ନମାନର କଂକ୍ରିଟ ରାସ୍ତା କାର୍ଯ୍ୟକୁ ଗାଁ ଲୋକଙ୍କ ବିରୋଧ
ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମରେ ରେଲୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ଗାଁ ଲୋକେ ବିରୋଧ କରିଥିବା ଜଣାପଡିଛି। ପ୍ରକାଶ ଯେ ବିରାମଚନ୍ଦ୍ରପୁର ଗ୍ରାମରେ ଲେବୁଲ କ୍ରସିଂ ପାଇଁ ରେଲୱେ ଠିକା ସଂସ୍ଥା ପକ୍ଷରୁ ଏକ କଂକ୍ରିଟ ରୋଡ଼ ନିର୍ମାଣଧିନ ରହିଛି । ରାତି ଅଧରେ ବିନା ମେଟାଲିଂ, ବିନା ଭାଇବ୍ରେଟରରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ଗ୍ରାମର ବୁଦ୍ଧି ସାଗର ମିଶ୍ର, ବିଶ୍ୱଜିତ ମିଶ୍ର, ନରେନ୍ଦ୍ର କୁମାର ସାହୁବୁଡୁ ସାହୁ, ପଞ୍ଚାନନ ମହାକୁଡ଼ ପ୍ରମୁଖ ଗାଁ ଲୋକେ ତୀବ୍ର ବିରୋଧ କରିବା ସହିତ କାମକୁ ବନ୍ଦ କରିଥିବା ଜଣାପଡିଛି। ଏଭଳି ନିମ୍ନମାନର କାର୍ଯ୍ୟ ଉପରେ ରେଲୱେ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।
Comments are closed.