www.samajalive.in
Sunday, December 7, 2025
16.1 C
Bhubaneswar

ଓଷ୍ଟା ପକ୍ଷରୁ ବରଗଡ଼ ଜିଲ୍ଲାସ୍ତରୀୟ ଶିଶୁ ମେଳା-୨୦୨୩

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ବରପାଲିସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଗଠନ(ଓଷ୍ଟା) ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ମୟୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମା’ ବାଗ୍‌ଦେବୀଙ୍କଠାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପ୍ରଦୀପ ପ୍ରଜ୍ବଳନ କରିବା ସହ ଏହି ଶିଶୁ ମେଳାର ଶୁଭ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ବିଦ୍ୟାଧ୍ୟୟନ କରିବା ସହିତ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ଏହି ଶିଶୁ ମେଳା ଏକ ମାଧ୍ୟମ ବୋଲି ମୁଖ୍ୟ ଅତିଥି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ।

ମେଳାରେ ୧୦ ଗୋଟି ବିଷୟ ଉପରେ ପ୍ରତିଯୋଗିତା କରାଯାଇ ଯେଉଁମାନେ ପ୍ରଥମ ହେବେ, ସେମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓଷ୍ଟା ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାଶ, ରାଜ୍ୟ ସାଧାରଣ ସମ୍ପାଦକ ଆଶୁତୋଷ ରଥ, ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ମଧୁସୂଦନ ଦେଓ, ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନାରାୟଣ ଭୁଏ ଯୋଗ ଦେଇ ମଞ୍ଚାସୀନ ରହିଥିବା ବେଳେ ଜିଲ୍ଲା ଓଷ୍ଟା ସାଧାରଣ ସମ୍ପାଦକ ସଚିଦାନନ୍ଦ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ଉପସଭାପତି ଅନସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଶୁ ମେଳାର ଉଦଯାପନୀ ଉତ୍ସବ ଜିଲ୍ଲା ଓଷ୍ଟା ସଭାପତି ନନ୍ଦଲାଲ ନାଏକଙ୍କ ସଭାପତିତ୍ବରେ ତଥା ବରପାଲି ବ୍ଲକ ସମ୍ପାଦକ ସରୋଜ ସାହୁଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଭବାନୀ ଶଙ୍କର ପ୍ରଧାନ, ଜିଲ୍ଲା ପ୍ରାକ୍ତନ ସଭାପତି ପ୍ରୀତି ରଞ୍ଜନ ପ୍ରଧାନ, ଉପଦେଷ୍ଟା ଅଶ୍ଵିନୀ ପ୍ରଧାନ, ଗୋକୁଳାନନ୍ଦ ଡନସନା, ନାରାୟଣ ଭୁଏ, ସମ୍ପାଦକ ସଞ୍ଜୟ ସିଂ, ଚୂଳ ସୁନ୍ଦର ସାହୁ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବରେ ମଞ୍ଚାସିନ ରହିଥିଲେ । ଏହି ଶିଶୁ ମେଳାରେ ୧୦ଟି ବିଷୟ ଉପରେ ପ୍ରତିଯୋଗିତା ହୋଇଥିଲା। ପ୍ରତି ପ୍ରତିଯୋଗିତାରେ ପ୍ରଥା, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପ୍ରତି ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ ଛାତ୍ର ଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ତର୍କରେ ଅପର୍ଣ୍ଣା ଦାଶ, କଣ୍ଠ ସଙ୍ଗୀତ ପ୍ରତ୍ୟୁଷ ମିଶ୍ର, ଚିତ୍ରାଙ୍କନ ରେ ରୋହିତ ଭୋଇ, କବିତା ଆବୃତ୍ତିରେ ସବିତା ସାହୁ, ଗଳ୍ପ ଲିଖନ ରେଣ୍ଡା ସାହୁ,କବିତା ରଚନା ସାଗରିକା ପ୍ରଧାନ, ଏକକ ଅଭିନୟରେ ପ୍ରୀତି ରଣା, ଏକକ ନୃତ୍ୟରେ ଭବ୍ୟା ଭବଳିକା ପ୍ରଧାନ, ସାଧାରଣ ଜ୍ଞାନରେ ଶୁଭଙ୍କର ସାହୁ ଓ କୁଇଜ୍ ରେ ଇସା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣ ପର୍ଯ୍ୟାୟକୁ ସୁରେନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ଯୁଗ୍ମ ସମ୍ପାଦକ ସଚିଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅତାବିରା ବ୍ଲକ ସଭାପତି ଯାଦବ ପ୍ରଧାନ, ବାଳମୁକୁନ୍ଦ ସାହୁ, ମନୋରଞ୍ଜନ ସାହୁ, ଚୁଙ୍ଗିଲାଲା ପ୍ରଧାନ, ସମସ୍ତ ବ୍ଲକର ସମ୍ପାଦକ ତଥା ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories