www.samajalive.in
Saturday, December 6, 2025
16.1 C
Bhubaneswar

ଜବାହର ନବୋଦୟ ବିଦ୍ୟାଳୟରେ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ନିର୍ମାଣ ହେବ ବହୁମୁଖୀ ସଭାଗୃହ ଓ ସମନ୍ବିତ କ୍ରୀଡ଼ାଗୃହ

ଅନୁଗୋଳ: ନବଦୋୟ ବିଦ୍ୟାଳୟ ଦେଶର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଯେଉଁ ମୂଲ୍ୟ ଦେଉଛି ତାହା ଆଦର୍ଶ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ରବିବାର ଚମ୍ପତିମୁଣ୍ଡାସ୍ଥ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଫୁଟବଲ ଫର୍ ସ୍କୁଲ ଅନ୍ତର୍ଗତ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଆୟୋଜିତ ସ୍କୁଲର ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ଜିଲାର ଗରିବ ଓ ମଧ୍ୟବିତ୍ତ ବର୍ଗର ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି। ଏହି ସ୍କୁଲ ବଣମଲ୍ଲୀ ଭଳି ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ଏକ ପ୍ରୟୋଗଶାଳା ପାଲଟିଛି। ଆଜି ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦରେ ଶିଳାନ୍ୟାସ ହୋଇଥିବା ୭୫୦ ଆସନବିଶିଷ୍ଟ ବହୁମୁଖୀ ସଭାଗୃହ ଏବଂ ସମନ୍ବିତ କ୍ରୀଡା କମ୍ପେ୍ଲକ୍ସ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ବିକାଶ କରିବାରେ ବେଶ୍ ଉପଯୋଗୀ ହେବ।

ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ୍ ଫର୍ ସ୍କୁଲ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସହଯୋଗରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି। ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ଦେଉଛି। ଅନୁଗୋଳରେ ମୋଟ ୧୬୯ଟି ସ୍କୁଲରେ ପ୍ରାୟ ୯୦୦ଟି ଫୁଟବଲ ବିତରଣ କରାଯିବ। ଶିକ୍ଷା, ଦକ୍ଷତା ଓ ଖେଳ କ୍ଷେତ୍ରରେ ମଣିଷ ତିଆରି କରିବାର କାରଖାନା ପାଲଟିଛି ନବୋଦୟ ବିଦ୍ୟାଳୟ। ଆଗାମୀ ଦିନରେ ନବ ଭାରତ, ନବ ଓଡ଼ିଶା ଏବଂ ନୂଆ ଅନୁଗୋଳ ତିଆରି କରିବାରେ ଏହି ବିଦ୍ୟାଳୟ ଗୁରୁ ଦାୟିତ୍ୱ ନେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଚମ୍ପତିମୁଣ୍ଡାର ସମୃଦ୍ଧମୟ ଇତିହାସ ରହିଛି। ଏଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ମୌଳିକ ଶିକ୍ଷାର ବ୍ୟାବହାରିକ ରୂପ ଦେଇଥିଲେ। ଚମ୍ପତ୍ତିମୁଣ୍ଡାରେ ଥିବା ନବକୃଷ୍ଣ ଚୌଧୁରୀ ସରକାରୀ ବିଦ୍ୟାଳୟର ଦାୟିତ୍ୱ ଆମେ ସମସ୍ତେ ନେବା ଉଚିତ ବୋଲି ସେ କହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories