www.samajalive.in
Tuesday, December 9, 2025
16.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷଙ୍କୁ ଆଲୋଚନା ପାଇଁ ପତ୍ର ଲେଖିଲେ ରାଜ୍ୟସଭା ଅଧ୍ୟକ୍ଷ

ଡେସ୍କ: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପତ୍ର ଲେଖି ଆଲୋଚନା ପାଇଁ ଜଣାଇଛନ୍ତି। ଚିଠିରେ ଲେଖାଅଛି, “ଯଦି ଆପଣ ଡିସେମ୍ବର ୨୫ ଅପରାହ୍ନ ୪ଟାରେ କିମ୍ବା ଆପଣଙ୍କ ସୁବିଧା ଅନୁଯାୟୀ ଉପରାଷ୍ଟ୍ରପତି ନିବାସରେ ଆଲୋଚନା ପାଇଁ ସମୟ ଦିଅନ୍ତି, ତେବେ ମୁଁ କୃତଜ୍ଞ ହେବି।

ମଝି ଦରିଆରେ ମାଲବାହୀ ଜାହାଜ ଉପରେ ଆକ୍ରମଣ, ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ

- Advertisement -

ରାଜ୍ୟସଭା ଅଧ୍ୟକ୍ଷ ଲେଖିଛନ୍ତି, ସମଗ୍ର ଅଧିବେଶନ ସମୟରେ, ଗୃହରେ ମୋର ବାରମ୍ବାର ଅନୁରୋଧ ସତ୍ତ୍ୱେ ଏବଂ ଲିଖିତ ଯୋଗାଯୋଗ ମାଧ୍ୟମରେ, ଆପଣଙ୍କ ସହ ଆଲୋଚନା ହେଲାନାହିଁ।

ଆପୋଷ ଆଲୋଚନା ପାଇଁ ଅନୁରୋଧ ସତ୍ୱେ ଆପଣଙ୍କ ‘ପ୍ରତ୍ୟାଖ୍ୟାନ’ କରିବାର ଆଭିମୁଖ୍ୟ ମୋ ପାଇଁ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କଲା। ଆପଣ ସହମତ ହେବେ ଯେ ଜଣେ ବରିଷ୍ଠ ନେତା ଓ ବିରୋଧୀଦଳର ନେତା ଅଧ୍ୟକ୍ଷଙ୍କ ସହିତ ଆଲୋଚନାକୁ ଏଡ଼ାଇବା ଏବଂ ଗୃହ ମଧ୍ୟରେ ଏପରି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ଅସ୍ୱାଭାବିକ ଏବଂ ଏହା ନିଶ୍ଚିତ ଭାବରେ ସ୍ଥାପିତ ସଂସଦୀୟ ବ୍ୟବସ୍ଥାର ପରିପନ୍ଥୀ।

ଆରବ ସାଗରରେ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ

ସାଂସଦଙ୍କ ନିଲମ୍ବନ ଆଳରେ ଗୃହ ମଧ୍ୟରେ ସ୍ଲୋଗାନ ଦେବା, ପ୍ଲାକାର୍ଡ ଦେଖାଇବା, ଗୃହ ମଧ୍ୟଭାଗକୁ ଆସିବା ଏବଂ ଅଧ୍ୟକ୍ଷଙ୍କୁ ଲକ୍ଷ୍ୟ କରି ଅଙ୍ଗଭଙ୍ଗୀ କରିବା ଦ୍ୱାରା ଗୃହରେ ମନଇଚ୍ଛା ବିଶୃଙ୍ଖଳା ହୋଇଥିଲା। ଅପ୍ରୀତିକର ପଦକ୍ଷେପ ନେବା ପୂର୍ବରୁ, ଗୃହରେ ବିଧି ବ୍ୟବସ୍ଥା ସୁରକ୍ଷିତ ରଖିବା ପାଇଁ ମୋର ସମସ୍ତ ପ୍ରୟାସ ଏବଂ ପଦକ୍ଷେପ ପ୍ରାୟତଃ ଶେଷ ହୋଇଯାଇଥିଲା ଯେଉଁଥି ପାଇଁ ଗୃହକାର୍ଯ୍ୟ ବାରମ୍ବାର ସ୍ଥଗିତ ରଖିବା ଏବଂ ମୋ ସହ ଆଲୋଚନା କରିବା ପାଇଁ ଚେଷ୍ଟା କରିବା ଫଳପ୍ରଦ ହେଲା ନାହିଁ।

ଏହି ବିଶୃଙ୍ଖଳା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିଲା। ଏହି ଯୋଗାଯୋଗରେ ମୁଖ୍ୟ ବିରୋଧୀ ଦଳର ପୂର୍ବ ନିର୍ଦ୍ଧାରିତ ଭୂମିକାକୁ ସୂଚାଇ ମୁଁ ଆପଣଙ୍କୁ ଅସହଜ କରିବାକୁ ଚାହେଁ ନାହିଁ, କିନ୍ତୁ ଯେତେବେଳେ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ପାଇବି, ସେତେବେଳେ ଆପଣଙ୍କ ସହିତ ତାହା ଆଲୋଚନା କରିବି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories