www.samajalive.in
Saturday, December 6, 2025
26.1 C
Bhubaneswar

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମାର୍କେଟ ୟାର୍ଡ

ହରଭଙ୍ଗା : ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକର ମଣିପୁରଠାରେ କୋଟି କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଆର.ଏମ.ସି ପକ୍ଷରୁ ୧୦ବର୍ଷ ତଳେ ଏକ ମାର୍କେଟ ୟାର୍ଡ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣାର ଅଭାବ ସାଙ୍ଗକୁ ସରକାରୀ ମାଲ ଦରିଆ ମେ ଡାଲ ନ୍ୟାୟରେ ଏଠାରେ ଗୋଟିଏ ଦିନ ଧାନକ୍ରୟ କରାନଯାଇ କେବଳ ଠିକାଦାର ସନ୍ତୁଷ୍ଟି ନିମନ୍ତେ ଏହା ନିର୍ମାଣ ହୋଇଥିବା ଜଣାପଡିଛି। ଯାହାଫଳରେ ବର୍ତମାନ ମାର୍କେଟ ୟାର୍ଡ ଟି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି।ସନ୍ଧ୍ୟାହେଲେ ସେଠାରେ ମଦ ଆସର ଜମୁଛି।

ପ୍ରକାଶ ଯେ ବ୍ଲକରେ ଚଳିତ ବର୍ଷ ଗତ ୧୯ ତାରିଖରୁ ଖରିଫ ଧାନକ୍ରୟ ଆରମ୍ଭ ହୋଇ ଯାଇଛି। ଅସଜଡା ଭିତିଭୂମିରେ ପ୍ୟାକ୍ସରେ ଧାନକ୍ରୟ ଚାଲିଥିବାବେଳେ ବ୍ଲକର ବୀରନରସିଂହପୁର ,ଛତ୍ରଙ୍ଗ ଏବଂ ମଣିପୁର ଠାରେ ତିନୋଟି ମାର୍କେଟ ୟାର୍ଡ ରହିଥିଲେ ସୁଦ୍ଧା ମଣିପୁର ମାର୍କେଟ ୟାର୍ଡରେ କୌଣସି ବର୍ଷ ଧାନକ୍ରୟ କରାଯାଉନାହିଁ। ଯାହାଫଳରେ ମାର୍କେଟ ୟାର୍ଡ ପାଚେରୀ ଭାଙ୍ଗି ପଥର,ଇଟା ଚୋରି କରି ନେଇଥିବା ବେଳେ ମୁଖ୍ୟ ଫାଟକରୁ ଲୁହା ଗ୍ରୀଲ ଭାଙ୍ଗି ଦୁର୍ବୃତ ନେଇଗଲେଣି। ଚାଷୀଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ମାର୍କେଟ ୟାର୍ଡ ବ୍ୟବହାରରେ ଆସୁନଥିବାରୁ ଏହା କେବଳ ଠିକାଦାର ସନ୍ତୁଷ୍ଟି ପାଇଁ ନିର୍ମାଣ ହୋଇଥିବା ବୁଝାପଡୁଛି।ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଚାଷୀମହଲରୁ ଦାବୀ ଉଠୁଛି।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories