www.samajalive.in
Thursday, December 11, 2025
16.1 C
Bhubaneswar

କରୋନାପେ କେରଳରେ ୩୦୦ ସଂକ୍ରମିତ; ୩ ମୃତ

ତିରୁଅନନ୍ତପୁରମ୍ : କେରଳରେ ଗୁରୁବାର ୩୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ଘଣ୍ଟାରେ ସମଗ୍ର ଦେଶରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ କେରଳରୁ ୩୦୦ ଆକ୍ରାନ୍ତ ବାହାରିଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪୧ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୦୫୯ରେ ପହଞ୍ଚିଛି। ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଗତ ୨୪ ଘଣ୍ଟାରେ ୨୧୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେରଳରେ ଜେଏନ୍ ଡଟ୍‌ ୧ ଉପପ୍ରଜାତି କରୋନା ଭୂତାଣୁ ଚିହ୍ନଟ ପରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି।

ବୈଠକ କାଳରେ ମାଣ୍ଡଭୀୟ ସଂକ୍ରମଣ ବୃଦ୍ଧି ପ୍ରତି ନଜର ରଖିବା ସହିତ ସତର୍କ ରହିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଡାକ୍ତରଖାନାଗୁଡିକରେ ଔଷଧ ଓ ଅନ୍ୟାନ୍ୟ ସରଞ୍ଜାମ ମହଜୁଦ ରଖିବାକୁ କହିଛନ୍ତି। ଏପରିକି ଡାକ୍ତରଖାନାଗୁଡିକରେ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବା ଲାଗି ପ୍ରତି ତିନିମାସରେ ମକ୍‌ଡ୍ରିଲ୍‌ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ନମୁନାକୁ ପରୀକ୍ଷା ଲାଗି ଇନସାକୋଗ୍ ପରୀକ୍ଷାଗାରକୁ ପଠାଇବାକୁ କୁହାଯାଇଛି। ଏହାଦ୍ବାରା ନୂଆ ପ୍ରଜାତିର ସଂକ୍ରମଣକୁ ଠାବ କରାଯାଇପାରିବ।
କେରଳରେ ୩୦୦…

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories