www.samajalive.in
Monday, December 8, 2025
13.1 C
Bhubaneswar

ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା: ପିପିଲି ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ପିପିଲି:ଓଡିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ‘୰ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା’ ମଙ୍ଗଳବାର ଦିନ ପିପିଲି ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଘାଟନୀ ସଭାରେ ଅତିଥି ଭାବେ ବିଧାୟକ ଶ୍ରୀମହାରଥୀଙ୍କ ସମେତ ପିପିଲି ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଡ଼ଃ ପ୍ରତିଭା ମହାରଥୀ, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଶିବପ୍ରସାଦ ମିଶ୍ର, ପିପିଲି ପୌରାଧ୍ୟକ୍ଷ ସେକ୍‍ ବାବୁ, ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ସାଂସଦ ପ୍ରତିନିଧି ସେକ୍‍ ଆବିଦ ଉଦ୍ଦିନ, ସମାଜସେବୀ ଗନ୍ଧର୍ବ ପରିଡା, କାଉନ୍‍ସିଲର ଚନ୍ଦନ ସେଠୀ, ପରିଚାଳନା କମିଟିର ସଭ୍ୟ ଅଧ୍ୟାପକ ଭବେଶ ପ୍ରସାଦ ତ୍ରିପାଠୀ, ସଦାଶିବ ଦାଶ, ଶରତ କୁମାର ପ୍ରଧାନ, ଡ଼ଃ ସଂଗ୍ରାମ କେଶରୀ ପରିଡା, କ୍ରୀଡା ଅଧ୍ୟାପିକା ସରସ୍ୱତୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।

- Advertisement -

ଯୁବ ବିକାଶ ନିମନ୍ତେ ଓଡିଶା ସରକାରଙ୍କ ଏଭଳି ଅଭିନବ ପ୍ରୟାସକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ପାଇଁ ଏହି କାର୍ଯ୍ୟକ୍ରମ ପ୍ରକୃଷ୍ଟ ମାଧ୍ୟମ ବୋଲି ଅତିଥିମାନେ ପ୍ରକାଶ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀମହାରଥୀ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇ ସେଠାରେ ଚାରା ରୋପଣ କରିଥିଲେ। ସଂଗୀତ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡି, ଭଲିବଲ, ବ୍ୟାଡମିଣ୍ଟନ, କ୍ରିକେଟ୍‍, କ୍ୟାରମ, ଚେସ୍‍ ପ୍ରତିଯୋଗିତା ସହ ସଂଗୀତ, ନୃତ୍ୟ, ଏକକ ଅଭିନୟ, ପ୍ରବନ୍ଧ, ତର୍କ, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହ ରକ୍ତଦାନ ଶିବିର ଏବଂ ପରିବେଶ ସୁରକ୍ଷା ଓ ସଡକ ସୁରକ୍ଷା ଭଳି ବିଭିନ୍ନ ଜନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଧ୍ୟାପକ ଡ଼ଃ ସଂଗ୍ରାମ କେଶରୀ ପରିଡା ସୂଚନା ଦେଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories