www.samajalive.in
Sunday, December 7, 2025
23.1 C
Bhubaneswar

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ସାମାଜିକ ସଚେତନତା

କାଣ୍ଟାବାଞ୍ଜି : ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ସର୍ଗିଗୁଡା ଗ୍ରାମରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହିଳା ସ୍ନାତକ ମହାବିଦ୍ୟାଳୟର ଛାତ୍ରୀମାନେ ଓ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଦୁଇଟି ବସ ଯୋଗେ ସର୍ଗିଗୁଡା ଗ୍ରାମକୁ ପହଞ୍ଚିଥିଲେ. ସେଠାରେ ଗ୍ରାମବାସୀ ମାନଙ୍କୁ ନାରୀ ଶିକ୍ଷା, ଯୌତୁକ ନିର୍ଯ୍ୟାତନା, ବାଲ୍ୟ ବିବାହ ନିଷେଧ ଓ ସାମାଜିକ କ୍ଷେତ୍ରରେ ଦେଖାଯାଉଥିବା ଲିଙ୍ଗଗତ ଭେଦବାବ ଦୂର କରିବା, ଶିଶୁ କନ୍ୟା ଭୃଣ ହତ୍ୟା ଇତ୍ୟାଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ।

ପ୍ରଥେମେ ପ୍ରାୟ ୧୫୦ ଛାତ୍ରୀମାନଙ୍କୁ ନେଇ ଅଧ୍ୟାପକ ଓ ଅଧ୍ୟାପିକାମାନେ ଗ୍ରାମରେ ଏକ ରାଲି ବାହାର କରି ବିଭିନ୍ନ ପ୍ଲେ କାର୍ଡ ହାତରେ ଧରି ନାରୀ ଶିକ୍ଷା ବିଷୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ, ନାରୀ ନିର୍ଯ୍ୟାତନା ବନ୍ଦ କର, ଯୌତୁକ ନିର୍ଯ୍ୟାତନା ବନ୍ଦ କର, ବାଲ୍ୟ ବିବାହ ବନ୍ଦ କର, ନାରୀ ଶିକ୍ଷା ଆଗକୁ ବଢ଼ାୟ, ନାରୀ ଓ ପୁରୁଷ ସମାନ ଆଦି ନାରା ଦେଇ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ। ନୋଡାଲ ଅଫିସର ଅଧ୍ୟାପକ ଯୁଧିଷ୍ଠିର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସୋମନାଥ ମେହେର ପରିଚାଳନା କରିଥିଲେ।

- Advertisement -

ଅଧ୍ୟାପକ ଜିତେନ୍ଦ୍ର ସୁନା ସ୍ୱାଧୀନତା ପରେ ଭାରତୀୟ ସମ୍ଭିଧାନ ରେ ନାରୀମାନଙ୍କ ପାଇଁ କେଉଁ ସବୁ ଅଧିକାର ରହିଛି ସେ ବିଷୟରେ ବିସ୍ତୁତ ଆଲୋଚନା କରିଥିଲେ। ସ୍ୱାଗତ ଭାଷଣ ଅଧ୍ୟାପକ ନେପାଳ ସେଠି ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ ଅଧ୍ୟାପିକା ନିରବତୀ ପ୍ରଧାନ କରିଥିଲେ. ଅଧ୍ୟାପିକା ଲିପନିତା ପଧାନ, କଲ୍ୟାଣୀ ମେହେର,ଖେଳ ଶିକ୍ଷକ ରଞ୍ଜୁ ବଂଚୋର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories